ଭୁବନେଶ୍ୱର: ଅଟୋରୁ ଜବତ ହେଲା ବୋମା-ବନ୍ଧୁକ, ଜଣେ ଗିରଫ

ଭୁବନେଶ୍ୱର: କମିସନରେଟ ପୁଲିସର କଡ଼ା ନଜର, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କ୍ୟାମେରା ଲାଗିଥିବା ସତ୍ତ୍ୱେ ରାଜଧାନୀ ଭୁବନେଶ୍ୱର ଅପରାଧୀ ମାନଙ୍କ ପାଇଁ ଆଡ୍ଡା ପାଲଟିଛି। ଅନେକ ସମୟରେ ଭୁବନେଶ୍ୱରରେ ଅପରାଧିକ ଗତିବିଧି ଦେଖିବାକୁ ମିଳୁଛି।

ସୂଚନା ଅନୁସାରେ ଶନିବାର ଭୁବନେଶ୍ୱରର ବ୍ୟସ୍ତବହୁଳ ସ୍ଥାନ ମାଷ୍ଟରକ୍ୟାଣ୍ଠିନ ଗ୍ରୀନ ଚିଲି ହୋଟେଲ ନିକଟରୁ ଏକ ଅଟୋରୁ ୪ଟି ବୋମା ଓ ଗୋଟିଏ ବନ୍ଧୁକ ଜବତ ହୋଇଛି। ଏହି ଘଟଣାରେ ପୁଲିସ କ୍ରିଷ୍ଣା ରାଓ ନାମରେ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଏକ ଅଜଣା ମୋବାଇଲ ନମ୍ବରରୁ ଫୋନ କଲ୍‌ ପାଇ ପୁଲିସ କାଳବିଳମ୍ବ ନକରି ଘଟଣାସ୍ଥଳକୁ ପହଂଚିଥିଲା। ପୁଲିସ ବନ୍ଧୁକ ଓ ବୋମା ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର