ରଂଜିତାରେ ପିଠାପଣା ପ୍ରତିଯୋଗିତା

ଭୁବନେଶ୍ୱର : ସିଭି ରମଣ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ ଅଧୀନସ୍ଥ ରଂଜିତା ହୋଟେଲ ମ୍ୟାନେଜ୍‌ମେଣ୍ଟ କଲେଜରେ ଏକ ଓଡ଼ିଆ ପିଠାପଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପଦ୍ମଶ୍ରୀ ସଂଜୀବ କପୁର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ଶେଷରେ ପୁରସ୍କୃତ କରିଥିଲେ। ଆଭା ଦାସ, ଶଶିପ୍ରଭା ଦାସ ଓ ବିଦୁଲତା ସ୍ୱାଇଁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଥିଲେ। ଓଡ଼ିଆ ପିଠାପଣାର ପ୍ରସାର ବଢ଼ିଲେ, ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟ ଅତିଥି କପୁର କହିଥିଲେ। ସେହିଭଳି ସିଭିରମଣ ଚେୟାରମ୍ୟାନ୍‌ ଇଂ ସଂଜୀବ ରାଉତ ବିଜ୍ଞାପନ ମାଧ୍ୟମରେ ଓଡ଼ିଆ ପିଠାପଣାର ପ୍ରସାର ପାଇଁ ତାଙ୍କ ଶିକ୍ଷାନୁଷ୍ଠାନ କାର୍ଯ୍ୟ କରିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ମମତା ପାଣି, ଲିପିକା ପ୍ରଧାନ, ଶାଶ୍ୱତୀ ବେହେରା, ଗୀତାଂଜଳି ପୃଷ୍ଟି, ନମିତା ଦାସ, ବୀଣାପାଣି ଦାସ ଓ ବିଶିଷ୍ଟ ଅତିଥିଭାବେ ଶରତଚନ୍ଦ୍ର ଭଦ୍ର, ରାଜୀବ ସାହୁ, ବିନୋଦ ଦାଶ, ଡ. ସଲିଲ୍‌ ମହାନ୍ତି, ଡ. ପ୍ରଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ହୋଟେଲ ସ୍ୱସ୍ତି, ଏଚ୍‌ଏଚ୍‌ଆଇ, କ୍ରାଉନ୍‌, ଶୀତଲ୍‌, ରୁଚି ଆଦିକୁ ଓଡ଼ିଆ ପିଠାପଣାର ପ୍ରସାର ପାଇଁ ସମ୍ବର୍ଧିତ କରାଯାଇଥିଲା। ଦିଆଯାଇଥିଲା। ରଂଜିତାର ଅଧ୍ୟକ୍ଷ ସୁଶାନ୍ତ ଚଇନି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର