ଭକ୍ତଙ୍କ ସାମ୍ନାରେ ସ୍ନାନ କରିବେ ଶ୍ରୀଜିଉ

ଭୁବନେଶ୍ବର: ଗ୍ରୀଷ୍ମ ଦାଉରେ ଆଉଟୁପାଉଟୁ ହେବା ପରେ ପ୍ରଭୁ ମନଭରି ସ୍ନାନ କରିବେ। ସ୍ନାନ ବେଦିରେ ଭକ୍ତଙ୍କ ଭିଡ଼ ଭିତରେ ରସିକ ଠାକୁର ଏକାବେଳେ ୧୦୮ ଗରା ସୁବାସିତ ଜଳରେ ଗାଧୋଇବେ। ସ୍ନାନବେଦିରୁ ଗଜାନନ ବେଶରେ ଦର୍ଶନ ଦେଇ ଭକ୍ତଙ୍କ ମନ ହରିବେ। ମାନବୀୟ ଲୀଳାଧାରୀ ପ୍ରଭୁ ସ୍ନାନ ପରେ ଜ୍ବରରେ ପଡ଼ିବେ। ୧୫ଦିନ ଆଉ ଦର୍ଶନ ଦେବେନି। ଅଣସର ଘରେ ରହିବେ। ପ୍ରଭୁଙ୍କ ଉପଶମ ପାଇଁ ନିଇତି ବଇଦ ଖଞ୍ଜା ହେବେ। ଏଥିସହ ରଥଯାତ୍ରାର ଶୁଭ ଶଙ୍ଖ ବାଜିବ। ଇସ୍କନ୍‌ରେ ସାଢେ଼ ୯ଟାରେ ଧାଡ଼ି ପହଣ୍ତି କରି ସ୍ନାନବେଦିକୁ ଆସିବା ପରେ ସ୍ନାନ କରିବେ ପ୍ରଭୁ। ଅପରାହ୍‌ଣରେ ଗଜାନନ ବେଶରେ ଦର୍ଶନ ଦେବେ ପ୍ରଭୁ। ମନୋର˚ଜନ ପାଇଁ ସା˚ସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାତି ୯ଟାରେ ପ୍ରଭୁ ସ୍ନାନ ମଣ୍ତପରୁ ଅଣସର ଗୃହକୁ ପ୍ରତ୍ୟାବର୍ତନ କରିବେ।

ଏଥିସହ କିସ୍‌ ଜଗନ୍ନାଥ ମନ୍ଦିର, ଆର‌୍‌ସିଏମ୍‌ ଜଗନ୍ନାଥ ମନ୍ଦିର ସମେତ ଖଣ୍ତଗିରି ଜାଗମରା ସ୍ଥିତ ଜଗନ୍ନାଥ ମନ୍ଦିରରେ ସ୍ନାନ ପର୍ବ ଅନୁଷ୍ଠିତ ହେବ। କୋଳଥିଆରେ ମଧୢ ପ୍ରଭୁ ସକାଳ ୯ଟାରେ ସ୍ନାନ କରିବା ପରେ ୩ଟାରୁ ହାତୀବେଶ ହେବାର କାର୍ଯ୍ୟକ୍ରମ ରହିଛି। ବରମୁଣ୍ତାରେ ଓୟୁଏଟି କଲୋନିସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁ ୧୦ଟାରେ ସ୍ନାନ କରିବାକୁ ଥିବା ବେଳେ ଏହାପରେ ଗଜାନନ ବେଶରେ ଦର୍ଶନ ଦେବେ। ବରମୁଣ୍ତା ଜଗନ୍ନାଥ ମନ୍ଦିରରେ ମହାସ୍ନାନ ପରେ ଅପରାହ୍‌ଣରେ ଗଜାନନ ବେଶ ଅନୁଷ୍ଠିତ ହେବ। ଏଥିସହ ଭୀମଟାଙ୍ଗି ସାଇଶ୍ରୀ କ୍ଲବ୍‌, ବଡ଼ଦାଣ୍ତ ସାହି ଘୋଷଯାତ୍ରା କମିଟି ଏବ˚ ସହର ଉପକଣ୍ଠରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ଦର୍ଶନର ସୁଯୋଗ ମିଳିବ। କିଛି ସ୍ଥାନରେ ପ୍ରଭୁଙ୍କ ମନୋର˚ଜନ ପାଇଁ ଭଜନ ସମାରୋହ ଆୟୋଜିତ ହେବ।

ସମ୍ବନ୍ଧିତ ଖବର