ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ଉତ୍ସବ ‘ଚିଲ୍‌ଡ୍ରେନ୍‌ସ୍‌ ଫେଷ୍ଟ୍‍-ଫ୍ୟୁଜନ୍‌-୨୦୧୭’ ଗତକାଲି ଉତ୍କଳ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁନିକୁନି ପିଲାମାନେ ଫ୍ୟୁଜନ୍‌ଠାରୁ ଆରମ୍ଭ କରି ସ୍ପାନିସ୍‌, ବ୍ରାଜିଲିଆନ୍‌, ପଞ୍ଜାବୀ ଭାଙ୍ଗ୍‌ଡ଼ା, ବଲିଉଡ୍‌ ଷ୍ଟାଇଲ୍‌ ଓ ଶିବ ତାଣ୍ଡବ ଆଦି ବିଭିନ୍ନ ପାରମ୍ପରିକ ଓ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ। ଏହାସହ ନୃତ୍ୟନାଟିକା ମଧ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ସିଇଟିର ଡିନ୍‌ ପ୍ରଫେସର ପ୍ରଭାତ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଓ ବକୁଲ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୁଜିତ୍‌ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ରାଜକମଲ୍‌ ଚୌହାନ, ଅଧ୍ୟକ୍ଷା ଅର୍ଚ୍ଚନା ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବିବେକ ଦି ଭୁୟାର ଓ ଏଲ୍‌ଭିସ୍‌ ରୋଦ୍ରିଗ୍‌ସ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର