ସ୍ଥାୟୀ ନିଯୁକ୍ତି ଦାବିରେ ମୃତ କର୍ମଚାରୀ ପରିବାର ସଂଘର ଧାରଣା

ଭୁବନେଶ୍ୱର: ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ମୃତ କର୍ମଚାରୀମାନଙ୍କ ପରିବାରରୁ ଲୋୟର ପିଏମ୍‌ଜି ଠାରେ ଧାରଣା ଦିଆଯାଇଛି। ଏନେଇ ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସଂଘର ଶତାଧିକ କର୍ମଚାରୀ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି। ସଂଘରୁ କୁହାଯାଇଛି ଯେ, ଯେଉଁ ୫୯୫ ଜଣଙ୍କୁ ଅସ୍ଥାୟୀ ଭାବେ ଗ୍ରୁପ୍‌-ଡି ରେ ନିଯୁକ୍ତି ଦିଆଯାଇଛି ସେମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଗ୍ରୁପ-ସିରେ ସ୍ଥାୟୀ ନିଯୁକ୍ତି ଦିଆଯାଉ। ସଂଶେଧିତ ନିର୍ଦ୍ଦେଶନାମା ବାହାର କରି ଯୋଗ୍ୟତା ଅନୁଯାୟୀ ଗ୍ରୁପ-ସି ପାଇଁ ଉପଯୁକ୍ତ ପ୍ରାର୍ଥଙ୍କୁ ନିଯୁକ୍ତିର ବ୍ୟବସ୍ଥା କରିବା ତଥା ଯେଉଁମାନଙ୍କ ଯୋଗ୍ୟତା ନଥିବ ସେମାନଙ୍କୁ ପୂର୍ବଭଳି ଗ୍ରୁପ -ଡିରେ ନିଯୁକ୍ତି ଓ ସମସ୍ତଙ୍କୁ ରେଗୁଲାର ବେସିସରେ ଚାକିରି ଦବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି। ଦାବି ପୁରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର