ସଚିବାଳୟରେ ବିଜୁ ବାବୁଙ୍କ ଜୀବନୀ ଉପରେ ଆଧାରିତ ‘ଦ ଟଲମ୍ୟାନ’ କ୍ୟାଟଲଗ ଉନ୍ମୋଚିତ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ ‘ଦି ଟଲମ୍ୟାନ୍‌’ର କ୍ୟାଟଲଗ ଉନ୍ମୋଚିତ ହୋଇଯାଇଛି। ସୁଭଦ୍ରା ଆର୍ଟ ଗ୍ୟାଲେରୀ ଭୂବନେଶ୍ୱର ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁନ୍ଦର କ୍ୟାଟଲଗଟିକୁ ସଚିବାଳୟ ସମ୍ମିଳନୀ କକ୍ଷରେ ଉନ୍ମଚୋନ କରିଛନ୍ତି। ବିଜୁ ବାବୁଙ୍କର ଜୀବନୀ ଏବଂ କର୍ମମୟ ଜୀବନ ଉପରେ ଆଧାରିତ ଏହି ଅନନ୍ୟ ପ୍ରଦର୍ଶନୀରେ ୫୩ ଜଣ ବିଶିଷ୍ଠ ତଥା ଯୁବ କଳାକାରଙ୍କ କଳାକୃତି ଗୁଡିକ ସ୍ଥାନିତ ହୋଇଛି। ଏହି ପ୍ରଦର୍ଶନୀଟି ଗତ୍‌ ଏପ୍ରିଲ୍‌ ୧ରେ ଉତ୍କଳ ଦିବସରେ ଲୋକ ସେବକ ମଣ୍ଡଳର ସଭାପତି ଦୀପକ ମାଲବ୍ୟଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ସାଂସଦ ଡା ପ୍ରସନ୍ନ ପାଟ୍ଟଶାଣୀ ଓ ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ଯୋଗ ଦେଇଥିଲେ।

ଦୀର୍ଘ ୧୭ ଦିନ ବ୍ୟାପି ଚାଲିଥିବା ଏହି ପ୍ରଦର୍ଶନୀ ଗତ ୧୭ରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଉଦ୍‌ଯାପିତ ହୋଇଥିଲା। ଏହି ଉତ୍ସବରେ ମାନନୀୟ ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକ କମିଟିର ଆବହକ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇ ଏହି ପ୍ରଦର୍ଶନୀକୁ ଭାରତର ବିଭିନ୍ନ ସହରରେ ପ୍ରଦର୍ଶିତ କରିବାକୁ ପ୍ରସ୍ଥାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କ୍ୟାଟଲଗ ଉନ୍ମଚନ ଉତ୍ସବରେ, ସଂସ୍କୃତି ଓ ପଯ୍ୟର୍ଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରୀୟଦର୍ଶୀ ମିଶ୍ର, ବିଜୁ ପଟ୍ଟନାୟକ୍‌ ଜନ୍ମ ଶତବାର୍ଷିକୀ କମିଟିର ଅଧକ୍ଷ ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ଵାଲା, ସୁଭଦ୍ରା ଆର୍ଟ ଗ୍ୟାଲେରୀର ଚେୟାରମ୍ୟାନ ସୂଯ୍ୟର୍ରଥ ଓ ନିର୍ଦେଶକ ଶ୍ରୀ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ବିଶିଷ୍ଟ ଶିଳ୍ପୀ ରବି ନାରାୟଣ ରଥ ବିଜୁ ବାବୁଙ୍କର ଏକ ପ୍ରତିଛବି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ବିଜୁ ବାବୁଙ୍କ ଜୀବନୀ ଉପରେ ଆଧାରିତ ଏହି ସୁନ୍ଦର କ୍ୟାଟଲଗ୍‌ଟିରେ ଓଡିଶାର ସୁନାମଧନ୍ୟ ଶିଳ୍ପୀ ରବି ନାରାୟଣ ରଥ, ଲକ୍ଷ୍ମୀଧର ରାଣା, ଗଜେନ୍ଦ୍ର ପାଢୀ, ସୁଧାଶୁଂ ସୁତାର, ମାନଓ ଜେନା, ଆଶିଷ ପାଣ୍ଡେ, ବିନୋଦିନୀ ବେହେରା, ପ୍ରମୋଦ ନାୟକ, ଶ୍ୟାମ ସୁନ୍ଦର ଆଚାଯ୍ୟର୍, ସୁରେଶ୍ୱର ଧଳ, ଜଗନ୍ନାଥ ମହାପାତ୍ର, ସ୍ୱର୍ଣଲତା ଶତପଥୀ, ଦସା ମୁର୍ମ ଆଦି କଳାକାରଙ୍କ କଳାକୃତି ଗୁଡିକ ସ୍ଥାନିତ ହୋଇଥିଲା।

ସମ୍ବନ୍ଧିତ ଖବର