ଓରକଳରେ ବାଘ ଆତଙ୍କ

ବାଘ ନୁହେଁ ବଣ ଭୁଆ: ବନ ବିଭାଗ

0 154

ପୁରୁଣା ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଓରକଳ ଗ୍ରାମ ନିକଟରେ କଲରାପତରିଆ ବାଘ ବୁଲୁଥିବାର ଭିଡ଼ିଓ ଭାଇରାଲ୍‌ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପ୍ରାୟ ୨୯ ସେକେଣ୍ଡର ଏହି ଭିଡ଼ିଓଟି ନିକଟସ୍ଥ ଏକ ଆପାର୍ଟମେଣ୍ଟରୁ ସୁଟିଂ ହୋଇଥିବା ବେଳେ ଏଥିରେ ଏକ ଧୂସର ରଙ୍ଗର ଜନ୍ତୁ ଚାଲୁଥିବା ଦେଖିବାକୁ ମିଳିଛି। ଏହି ଜନ୍ତୁଟି ଏକ କଲରାପତରିଆ ବାଘ ବୋଲି ପ୍ରଚାର ହୋଇଯିବାରୁ ସୁନ୍ଦରପଦା, ଓରକଳ ଏବଂ ନିକଟସ୍ଥ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅପରପକ୍ଷେ ବନ ବିଭାଗ କର୍ମଚାରୀ ଅଭିଯୋଗ ପାଇବା ପରେ କ୍ଷେତ୍ର ପରିଦର୍ଶନ ଏବଂ ପାଦ ଚିହ୍ନ ଦେଖି କହିଛନ୍ତି ଯେ ଏହା ବାଘ ନୁହେଁ ବରଂ ଗୋଟିଏ ବଣ ଭୁଆ (ଓ୍ଵାଇଲ୍ଡ କ୍ୟାଟ୍‌)। ମିଳିଥିବା ସୂଚନା ମୁତାବକ, ଓରକଳ ଗ୍ରାମ ନିକଟ ମହାଭୋଇ ପୋଖରୀ ପାଖରେ ଥିବା ଏକ ଖାଲି ପଡ଼ିଆରେ ଏକ ଧୂଷର ରଙ୍ଗର ଜନ୍ତୁ ବୁଲୁଥିବା ବେଳେ ପ୍ରଥମେ କିଛି ଲୋକେ ଦେଖିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ସେଠାରେ ଥିବା ହାଇଟେକ୍‌ ଆପାର୍ଟମେଣ୍ଟ୍‌ରେ ରହୁଥିବା କିଛି ଲୋକ ମୋବାଇଲ୍‌ରେ ଏହି ଜନ୍ତୁଟି ବୁଲୁଥିବାର ଭିଡିଓ ରେକର୍ଡିଂ କରିଥିଲେ। କିଛି ସମୟ ପରେ ଜନ୍ତୁଟି ନିକଟରେ ଥିବା ଏକ ହୁଡ଼ା ଡେଇଁ ବୁଦା ଭିତରେ ପଶି ଯାଇଥିଲା। ଏହି ଘଟଣା ପ୍ରଚାର ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଛନକା ପଶି ଯାଇଥିଲା। ଏହି ଜନ୍ତୁଟି ବାଘ ବୋଲି ପ୍ରଚାର ହୋଇଯିବାରୁ ଏହାକୁ ଧରିବା ପାଇଁ ସ୍ଥାନୀୟ ଯୁବକମାନେ ଠେଙ୍ଗା ବାଡ଼ି ଧରି ଖୋଜିଥିଲେ। ଏହାପରେ ବନ ବିଭାଗ ନିକଟରେ ଖବର ପହଞ୍ଚିବାରୁ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନର ମଞ୍ଚେଶ୍ୱର ରେଞ୍ଜ୍‌ର ରେଞ୍ଜର ଗୌର ଗୋପାଳ ସିଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଜନ୍ତୁଟିକୁ ଖୋଜାଖୋଜି କରିଥିଲେ। କିନ୍ତୁ କିଛି ପାଇନଥିଲେ। ଏହାପରେ ଜନ୍ତୁଟିର ପାଦ ଚିହ୍ନ ସଂଗ୍ରହ କରି ବନ୍ୟ ଜନ୍ତୁ ବିଶେଷଜ୍ଞଙ୍କ ନିକଟକୁ ପଠାଇଛନ୍ତି। କିନ୍ତୁ ସ୍ଥାନୀୟ ବାସିନ୍ଦା ବାଘ ଭୟରେ ଠେଙ୍ଗା ବାଡ଼ି ଧରି ସଂଧ୍ୟାରେ ଘର ଆଗରେ ବସିଥିବା ଦେଖିବାକୁ ମିଳିଥିଲା।

Panda Mobile only

ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ
ପାଦ ଚିହ୍ନକୁ ଯାଞ୍ଚ ପାଇଁ ପଠାଇଲା ବନ ବିଭାଗ

ରେଞ୍ଜର ଗୌର ଗୋପାଳ ସି ‘ସମ୍ବାଦ’କୁ କହିଛନ୍ତି ଯେ ଓରକଳ ଗ୍ରାମରେ ଦେଖାଯାଇଥିବା ଜନ୍ତୁଟି କୁକୁରଠୁ ସାନ ଏବଂ ବିଲେଇଠାରୁ ବଡ଼। ପାଦ ଚିହ୍ନରୁ ଏହା ବଣଭୁଆ ବୋଲି ଜଣାପଡ଼ୁଛି। ପ୍ରକୃତରେ ଏହା କେଉଁ ଜନ୍ତୁ, ତାହା ବନ୍ୟ ଜନ୍ତୁ ବିଶେଷଜ୍ଞ ପାଦ ଚିହ୍ନ ପରୀକ୍ଷା କରିବା ପରେ କହିିବେ। ପାଦ ଚିହ୍ନରୁ ଏହା ବାଘ ନୁହେଁ ବୋଲି ଆମେ ନିଶ୍ଚିତ। କାରଣ ବାଘର ଯେଉଁଠୁ ପାଦ ଚିହ୍ନ ସଂଗ୍ରହ କରାଯାଇଛି, ସେଠାରେ କେବେ ନଖ ଚିହ୍ନ ଆସେନି। କିନ୍ତୁ ବଣଭୁଆ, ବିଲୁଆ, ଗଧିଆ ଆଦି ଜନ୍ତୁଙ୍କର ପାଦ ଚିହ୍ନ ସହ ନଖ ଚିହ୍ନ ଆସିଥାଏ। ଏଠାରେ ପାଦ ଚିହ୍ନ ସହ ନଖ ଚିହ୍ନ ଥିବାରୁ ବାଘ ନୁହେଁ ବୋଲି ପ୍ରାଥମିକ ସର୍ଭେରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.