ସାଧୁ ଓ ମାଙ୍କଡ଼ ନାଚ

କଥାଟିଏ - ଯାଯାବର

ଥରେ ଜଣେ ସାଧୁ ଶ୍ରୀ ରାମକୃଷ୍ଣ ପରମ ହଂସଙ୍କ ନିକଟରେ ପହଞ୍ଚିଲେ। ତାଙ୍କ ସହିତ ଆସିଥିଲେ ଅ‌େନକ ଶିଷ୍ୟ। ସାଧୁଙ୍କ ପାଖରେ ଅନେକ ଅ‌େଲୗକିକ ଶକ୍ତି ଅଛି ବୋଲି ତାଙ୍କ ଚେଲାମାନେ ଦାବି କଲେ। ସାଧୁ ମଧ୍ୟ ରାମକୃଷ୍ଣଙ୍କ ଆଗରେ କିଛି ଅଲୌକିକତାର ପ୍ରଦର୍ଶନ କଲେ। ସେ ପରୋକ୍ଷରେ ଏହା ମଧ୍ୟ କହିଲେ ଯେ ରାମକୃଷ୍ଣଙ୍କ ପାଖରେ ସେଭଳି ବିଦ୍ୟା ନାହିଁ।

ରାମକୃଷ୍ଣଙ୍କୁ ସେ ଦେଖାଇଥିବା ଅଲୌକିକତା ଭିତରୁ ଗୋଟିଏ ଥିଲା ଗଙ୍ଗା ନଦୀ ଉପରେ ଚାଲିବା।

ରାମକୃଷ୍ଣ କହିଲେ- ଆପଣ ଯାହା ସବୁ ମୋତେ ଦେଖାଇଲେ ସବୁ ବଢ଼ିଆ। କିନ୍ତୁ ମୁଁ ବୁଝିପାରୁନାହିଁ ଯେ ଡଙ୍ଗା ଥାଉଁ ଥାଉଁ ବା ମୋତେ ପହଁରା ଜଣାଥିଲେ ମୁଁ ଗଙ୍ଗା ଉପରେ ଚାଲିବି କାହିଁକି?

ସାଧୁ ହସିଲେ ଓ କହିଲେ- ଏହା ହେଉଛି ଅଲୌକିକତା। ଏଥି ଲାଗି ଦରକାର ଏକ ବିଶେଷ ଦକ୍ଷତା। ଯାହା ମୋ ପାଖରେ ଅଛି।

ଏହା ଶୁଣି ରାମକୃଷ୍ଣ ଦୂରରେ ବସିଥିବା ଜଣେ ମାଙ୍କଡ଼ ନଚାଉଥିବା ଲୋକଙ୍କୁ ଦେଖାଇ କହିଲେ- ଆପଣ ଯାହା କହୁଛନ୍ତି ତାହା ଠିକ। ହେଲେ ଆପଣ ଯାହା‌ କରୁଛନ୍ତି ତାହା ଏହି ମାଙ୍କଡ଼ ନଚାଇବା ବାଲା କରୁଥିବା ଭଳି। ସେ ମାଙ୍କଡ଼ ଦ୍ବାରା ଯେଉଁ କାମ କରାଉଛି ସେମିତି ଗୋଟିଏ ମାଙ୍କଡ଼ କରିବ‌ା ଜରୁରୀ ନୁହେଁ। କିନ୍ତୁ ମାଙ୍କଡ଼କୁ ‌େସ ତାହା ଶିଖାଇଛି ବୋଲି ଦେଖାଇବାକୁ ଚାହେଁ। ତେଣୁ ଆପଣଙ୍କ ପାଖରେ ଦକ୍ଷତା ଥିବା ହେଉଛି ବଡ଼ କଥା। କିନ୍ତୁ ତାକୁ ଦେଖାଇବାର ବୁଦ୍ଧି ହେଉଛି ଏହି ମାଙ୍କଡ଼ ନଚାଉଥିବା ଲୋକର ବୁଦ୍ଧି ଭଳି।

ସମ୍ବନ୍ଧିତ ଖବର

Comments are closed.