ସଗରିଆଙ୍କ ପାଇଁ ବଢିଲା ଅଡୁଆ : ବିବାଦୀୟ ଚିଠି ଓ ଗଣମାଧ୍ୟମକୁ ଦେଇଥିବା ବିବୃତିକୁ ନେଇ ସଗରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ଏଆଇସିସି !

ଭୁବନେଶ୍ୱର : ବିଧାୟକ ପଦରୁ ଇସ୍ତଫା ଦେଇଥିବା ଦଳିତ ନେତା କୃଷ୍ଣଚନ୍ଦ୍ର ସଗରିଆଙ୍କ ବିବାଦୀୟ ଚିଠି ଓ ଗଣମାଧ୍ୟମକୁ ଦେଇଥିବା ବିବୃତିକୁ ନେଇ କଂଗ୍ରେସ ରାଜନୀତିରେ ଦେଖାଦେଇଛି ବିବାଦ। ଏବେ ବିଶୃଙ୍ଖଳା ପାଇଁ କୃଷ୍ଣ ସଗରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ଏଆଇସିସି । ସଗରିଆ ଏଆଇସିସି ସଭ୍ୟ ଥିବାରୁ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ନୁହେଁ । ତେଣୁ ସଗରିଆଙ୍କ ବିଶୃଙ୍ଖଳା ବାବଦରେ ତର୍ଜମା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟି ତର୍ଜମା କରି ଏଆଇସିସିକୁ ଅବଗତ କରିସାରିଛି ।

ଏବେ ଅପେକ୍ଷା ସଗରିଆଙ୍କ ବିରୋଧରେ କଣ ନିଷ୍ପତି ନେଉଛି ଏଆଇସିସି । ଖୁବଶୀଘ୍ର ସଗରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ନେଇ ସଗରିଆ, ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖିଥିଲେ।  ଯାହାକୁ ନେଇ ଏବେ କଂଗ୍ରେସ ରାଜନୀତି ସରଗରମ ହୋଇଉଠିଛି।

ସମ୍ବନ୍ଧିତ ଖବର