ନବୀନ ନିବାସରେ ବିଜେପିର ପ୍ରତିନିଧି ଦଳ

ଭୁବନେଶ୍ୱର: ସୋମବାର ପୂର୍ବାହ୍ନରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ନବୀନ ନିବାସକୁ ଯାଇଛନ୍ତି।

ଅନ୍ୟ ବିଜେପି ନେତାମାନଙ୍କ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଓ ଉପସଭାପତି ସମୀର ମହାନ୍ତି ଉକ୍ତ ପ୍ରତିନିଧି ଦଳରେ ଅଛନ୍ତି।

ସାରସକଣା ଆସନର ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁ ସରକାରୀ ଚାକିରିରୁ ଦେଇଥିବା ଇସ୍ତଫା ପତ୍ର ସରକାର ଗ୍ରହଣ କରନ୍ତୁ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରୁଛନ୍ତି। ଇସ୍ତଫା ପତ୍ର ମଞ୍ଜୁର ନ ହେଲେ ସେ ନିର୍ବାଚନ ଲଢ଼ି ପାରିବେ ନାହିଁ।

ମୁର୍ମୁ ଜଣେ କାର୍ଯ୍ୟରତ ସରକାରୀ ଡାକ୍ତର। ଗତ ଅକ୍ଟୋବର ମାସରୁ ସେ ଇସ୍ତଫା ଦେଇଥିଲେ ସୁଦ୍ଧା ତାହା ଗୃହୀତ ହେଉ ନାହିଁ।

ସମ୍ବନ୍ଧିତ ଖବର