ଗୁଜରାଟ ନିର୍ବାଚନ ଫଳାଫଳ ବିଜେପିକୁ ଶକ୍ତ ଝଟ୍‌କା- ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଗୁଜରାଟ୍‌ ନର୍ବାଚନ ଫଳାଫଳ ଅହଂକାରରେ ବୁଡ଼ିଥିବା ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଝଟକା ଦେଇଛି ବୋଲି କଂଗ୍ରେସ ଅକ୍ଷ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ବିଜେପିର ରାଜନୈତିକ ପ୍ରଚାର ସର୍ବସ୍ୱ ରାଜନୀତି ଯେ ଆଉ ଲୋକଙ୍କ ପାଖରେ ଚଳିବ ନାହିଁ ,ଗୁଜରାଟ ନିର୍ବାଚନ ଏହି ସଙ୍କେତ ଦେଇଛି ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି।


ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଗାନ୍ଧୀ କହିଛନ୍ତି ଯେ ଗୁଜରାଟରେ ବିଜେପିକୁ ବଡ଼ ଧକ୍କା ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶ ଆଉ ଶୁଣିବା ମାନସିକତାରେ ନାହିଁ। ମୁଁ ଗୁଜରାଟ ନିର୍ବାଚନ ସମୟରେ ଜାଣିଲି ଯେ ମୋଦିଙ୍କ ଗୁଜରାଟ ମଡେଲକୁ ଲୋକେ ମଞ୍ଜୁର କରୁ ନାହାଁନ୍ତି। ଗୁଜରାଟ ମଡେଲର ପ୍ରଚାର ବିଜେପି କୌଶଳର ସହିତ ଖୁବ୍‌ ଭଲ ଭାବେ କରିଛି। ମାତ୍ର ଭିତରେ ଗୁଜରାଟ ମଡେଲ ସମ୍ପୂର୍ଣ୍ଣ ଫାଙ୍କା ବୋଲି ରାହୁଳ ଅଭିଯୋଗ କରିଛନ୍ତି। ଫଳରେ ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ପଚରା ଯାଇଥିିବା ପ୍ରଶ୍ନର ଉତ୍ତର ବିଜେପି େଦେଇ ପାରିଲା ନାହିଁ। ସେହିପରି ଗୁଜରାଟ ନିର୍ବାଚନର ଫଳା ଫଳ ସୋମବାର ଆସିବା ପରେ ପ୍ରଧାନମନ୍ତ୍ରୀ ଓ ବିଜେପି ଦଳର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି। ବିଜେପିର କ୍ରୋଧର ରାଜନୀତି କଂଗ୍ରେସର ପ୍ରେମର ରାଜନୀତି ନିକଟରେ ଯେ ପରାଜିତ ସେ ପ୍ରକାର ବାର୍ତ୍ତା ଗୁଜରାଟ ଜନସାଧାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି। ଗୁଜରାଟ ଲୋକେ ମୋତେ ଏହି ଶିକ୍ଷା ଦେଇଛନ୍ତି ଯେ ତୁମ ବିରୋଧୀଙ୍କ କ୍ରୋଧ ଓ ଅର୍ଥ ବିରୋଧରେ ପ୍ରେମ ଓ ସହନଶୀଳତା ନେଇ ସେମାନଙ୍କୁ କଡ଼ା ଟକ୍କର ଦେଇ ପାରିବ।
ସୂଚନା ଯୋଗ୍ୟ ଯେ ଗୁଜରାଟର ୧୮୨ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେପି ୯୯ଟି ଆସନ ଜିଣି ୬ଷ୍ଠ ଥର ପାଇଁ କ୍ଷମତା ଦଖଲ କରିଛି। ମାତ୍ର ଏହି ସଫଳତା ୨୦୧୨ ମସିହା ବିଜେପି ର୍ଯେଁ ୧୧୫ ସିଟ୍‌ ପାଇଥିଲା ଓ ୨୦୧୭ରେ ଯେଉଁ ୧୫୦ ସିଟ୍‌ ଜିଣିବ ବୋଲି ଆଶା କରିଥିଲା, ତା ଠାରୁ ଢ଼େର କମ୍‌ ହୋଇଥିବା ସତ୍ତ୍ୱେ ବିଜେପି ଗୁଜରାଟରେ ସରକାର ଗଠନ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର