କର୍ଣ୍ଣାଟକରେ କଡ଼ା ଟକ୍କର

ବେଙ୍ଗାଲୁରୁ : କର୍ଣ୍ଣାଟକରେ ନିର୍ବାଚନୀ ଉଷ୍ଣତା ବଢ଼ି ଚାଲିଥିବାବେଳେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ମୁକାବିଲା ତୀବ୍ର ହେବ ବୋଲି ବିଭିନ୍ନ ସର୍ଭେ ସଂସ୍ଥାର ରିପୋର୍ଟରେ କୁହାଯାଇଛି। ଗୋଟିଏ ପଟେ କ୍ଷମତାସୀନ କଂଗ୍ରେସ ଦଳ ପୁଣି ଥରେ କ୍ଷମତା ଦଖଲ ପାଇଁ ପ୍ରବଳ ପ୍ରୟାସ ଜାରି ରଖିଛି। ଅନ୍ୟପଟେ, ବିଜେପି କ୍ଷମତାକୁ ଫେରିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛି।

ବିଭିିନ୍ନ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ମୁତାବକ, ସମୁଦାୟ ୨୨୪ ଆସନ ମଧ୍ୟରୁ କଂଗ୍ରେସ ସର୍ବାଧିକ ଆସନ ପାଇଲେ ବି ମ୍ୟାଜିକ ନମ୍ବର ୧୧୩ ଯାଏଁ ପହଞ୍ଚି ପାରିବ ନାହିଁ। ସେପଟେ ବିଜେପି ମଧ୍ୟ କଂଗ୍ରେସକୁ କଡ଼ା ଟକ୍କର ଦେଇ ପ୍ରାୟ ୮୫ରୁ ୯୫ ପର୍ଯ୍ୟନ୍ତ ଆସନ ଦଖଲ କରିବା ସମ୍ଭାବନା ରହିଛି। ତେବେ ପ୍ରାୟ ୪୦ଟି ଆସନ ପାଇବାକୁ ଥିବା ଜେଡିଏସ୍‌ ‘କିଙ୍ଗ ମେକର୍‌’ ସାଜିବ ବୋଲି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶିତ ସର୍ଭେରେ ଦର୍ଶାଇଛି।

ସମ୍ବନ୍ଧିତ ଖବର