ବିଜେଡିର ଏସ୍‌ଟି ସାମୁଖ୍ୟ ଗଠିତ, ଉପସଭାପତି ଭାବେ ବଳଭଦ୍ର ମାଝି ଓ ଝିନ୍ନ ହିକକା ନିଯୁକ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳର ଏସ୍‌ଟି ସାମୁଖ୍ୟ ବୁଧବାର ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଗଠିତ ହୋଇଛି। ଏଥିରେ ସୁଦାମ ମାରାଣ୍ଡିଙ୍କୁ ଆବାହକ ଭାବେ ନିଯୁକ୍ତି ମିଳିଛି। ସେହିପରି ଉପସଭାପତି ଭାବେ ବଳଭଦ୍ର ମାଝି ଓ ଝିନ୍ନ ହିକକାଙ୍କୁ ନିଯୁକ୍ତ କରାଯାଇଛି। ଏତଦ୍‌ ବ୍ୟତୀତ ଏସ୍‌ଟି ସାମୁଖ୍ୟରେ ୬ ଜଣ ସାଧାରଣ ସମ୍ପାଦକ ରହିବେ ବୋଲି ବିଜେଡି ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର