ସୁଶାନ୍ତ କାନୁନ୍‌ଗୋ ଏଆଇସିସିର ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର : ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର କାନୁନ୍‌ଗୋଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ସଂଯୋଜକ ଭାବେ ନିଯୁକ୍ତି ମିଳିଛି। ଏଆଇସିସିର ଆଇନ, ମାନବାଧିକାର ଓ ଆର୍‌ଟିଆଇ ବିଭାଗର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ବିବେକ ତନଖା ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଶ୍ରୀ କାନୁନ୍‌ଗୋ ଛାତ୍ରବାସ୍ଥାରୁ ଛାତ୍ର ଓ ଯୁବ କଂଗ୍ରେସର ବିଭିନ୍ନ ପଦ ପଦବିରେ ରହିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସେ ଡକ୍ଟରେଟ୍‌ ପାଇଛନ୍ତି। ଦେଶ ବାହାରେ ଦକ୍ଷିଣ ଆଫ୍ରିକା ଓ ଅନ୍ୟ ଦେଶଗୁଡ଼ିକରେ ମାନବାଧିକାର ଉପରେ କାର୍ଯ୍ୟ କରିଛନ୍ତି। ବିଶ୍ୱବିଖ୍ୟାତ ସମାଜସେବୀ ନେଲସନ୍‌ ମାଣ୍ଡେଲା, ତେସମଣ୍ଡ ଟୁଡ଼ୁ, ମହାତ୍ମାଗାନ୍ଧୀଙ୍କ ନାତୁଣୀ ଇଲା ଗାନ୍ଧୀ ପ୍ରମୁଖଙ୍କ ସହିତ ଶ୍ରୀ କାନୁନ୍‌ଗୋ କାର୍ଯ୍ୟ କରିଛନ୍ତି। ଏଥିପାଇଁ ସେ ଏଆଇସିସି ସଭାପତି ରାହୁଳ ଗାନ୍ଧୀ, ସୋନିଆ ଗାନ୍ଧୀ, ବିବେକ ତନଖା, ଏଆଇସିସି ସଂପାଦକ ବିପୁଳ ମାହେଶ୍ୱରୀ, ସାଧାରଣ ସଂପାଦକ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର