ଭି.ଡି. ସାଥୀସାନ୍‌ ଓଡ଼ିଶା କଂଗ୍ରେସର ସ୍କ୍ରିନିଂ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭାବେ ଭି.ଡ଼ି. ସାଥୀସାନ୍‌ଙ୍କୁ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ନିଯୁକ୍ତି ଦେଇଛନ୍ତି। ତାଙ୍କ ସହିତ ୨ଜଣ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ସେମାନେ ହେଉଛନ୍ତି ଜିତନ୍‌ ପ୍ରସାଦ ଓ ନୌସାଦ୍‌ ସୋଲାଙ୍କି।

ଆଜି ଏ ନେଇ ଏଆଇସିସି ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। କେବଳ ଓଡ଼ିଶା ନୁହେଁ, ଆହୁରି ୪ଟି ରାଜ୍ୟ ପାଇଁ ସ୍କ୍ରିନିଂ କମିଟି ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦେଇଛନ୍ତି ରାହୁଲ। ସେହି ରାଜ୍ୟଗୁଡ଼ିକ ହେଉଛି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମ। ୨୦୧୯ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟି କର୍ମକର୍ତାମାନଙ୍କ ସହିତ ଆଲୋଚନା କରି ଏହି ସ୍କ୍ରିନିଂ କମିଟି ପ୍ରାର୍ଥୀମାନଙ୍କୁ ଦଳୀୟ ଟିକେଟ୍‌ ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର