ବର୍ଷର ୪ର୍ଥ ମାସ ହେଉଛି ଶ୍ରାବଣ। ବୈଶାଖ, ଜ୍ୟୋଷ୍ଠ ଓ ଆଷାଢ଼ ପରେ ଏହି ମାସ ପଡ଼େ। ଏହି ମାସକୁ ଈଶ୍ୱର ଶିବଙ୍କ ମାସ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ଏଥିପାଇଁ ଅନେକ ଶିବ ଭକ୍ତ ଶ୍ରାବଣ ସୋମବାରରେ ଉପାସ ରହି ବ୍ରତ ରଖନ୍ତି, ତାହାକୁ କୁହାଯାଏ ‘ଶ୍ରାବଣ ସୋମବାର ବ୍ରତ’। କେହି କେହି ମଙ୍ଗଳବାର ବି ବ୍ରତ ରଖିଥାନ୍ତି, ତାହାକୁ କୁହାଯାଏ ‘ମଙ୍ଗଳ ଗୌରୀ ବ୍ରତ’। ଏହି ବ୍ରତଟି ମାଆ ପାର୍ବତୀଙ୍କ ଉଦେଶ୍ୟରେ। ଶିବ ଭକ୍ତମାନେ ଏହି ମାସରେ ମହାଦେବଙ୍କ ଉଦ୍ଦେଶ୍ୟରେ ଅନେକ କିଛି ତ୍ୟାଗ କରିଥାନ୍ତି। ତେବେ ଚାଲନ୍ତୁ ଜାଣିବା ଆମିଷ ତ ଦୂରର କଥା ଶ୍ରାବଣ ମାସରେ କେଉଁ କେଉଁ ନିରାମିଷ ଖାଦ୍ୟ ଖାଇବା ମନା।
Sambad is now on WhatsApp
Join and get latest news updates delivered to you via WhatsApp
ବାଇଗଣ: ଶିବ ଭକ୍ତମାନଙ୍କୁ ଏହି ମାସରେ ବାଇଗଣ ଖାଇବା ନେଇ ବାରଣ ରହିଛି। ଏହା ଆପଣଙ୍କୁ ଅନ୍ଧବିଶ୍ୱାସ ପରି ଲାଗୁଥାଇପାରେ। ମାତ୍ର ଏହା ପଛରେ ବୈଜ୍ଞାନିକ କାରଣ ବି ରହିଛି। ବାଇଗଣ ଏକ ଏପରି ପରିବା ଯାହା ଶ୍ରାବଣ ମାସରେ ଖାଇଲେ ଶରୀର ପ୍ରତି ଅସୁସ୍ଥକର ହୋଇଥାଏ।
ଖିର ଜାତୀୟ ଦ୍ରବ୍ୟ: ଏହି ମାସରେ ଖିର, ଦହି, ଛେନା, ଲହୁଣୀ, ରାବିଡ଼ି ଆଦି ବିଭିନ୍ନ ଖିର ଜାତୀୟ ଖାଦ୍ୟ ଖାଇବା ମନା। ଶିବଙ୍କ ଉଦ୍ଦେଶ୍ୟରେ ଭକ୍ତମାନେ ଏପରି ସୁସ୍ୱାଦୁ ଖାଦ୍ୟ ତ୍ୟାଗ କରିଥିଲେ ବି ଏହା ପଛରେ ବୈଜ୍ଞାନିକ କାରଣ ବି ରହିଛି।
ଶାଗ ଜାତୀୟ ପରିବା: ଆପଣ ଅନ୍ୟ ସମସ୍ତ ସବୁଜ ପରିବା ଖାଇ ପାରନ୍ତି। ମାତ୍ର ପୋଇ, ଖଡ଼ା, ସଜନା କିମ୍ବା ଅନ୍ୟାନ୍ୟ ଶାଗ ଜାତୀୟ ଖାଦ୍ୟ ଏହି ମାସରେ ଖାଇବା ନେଇ ବାରଣ ରହିଛି।