ରାମାୟଣ ବିଷୟରେ ଆପଣ ଅଳ୍ପ-ବହୁତ ନିଶ୍ଚୟ ଜାଣିଥିବେ। କିପରି ଭାବେ ସମାଜକୁ ସମ୍ମାନ ଦେଇ ପ୍ରଭୁ ଶ୍ରୀରାମ ଚନ୍ଦ୍ର ପତ୍ନୀ ସୀତାଙ୍କୁ ଜଙ୍ଗଲକୁ ଏକାକୀ ରହିବାକୁ ପଠାଇଥିଲେ ତାହା ବି ଆପଣ ଜାଣିଥିବେ। ରାବଣ ସହ ଯୁଦ୍ଧ କରି ଲଙ୍କାରୁ ମାଆ ସୀତାଙ୍କୁ ଫେରାଇ ଆଣିବା ପରେ ବି ରାମଚନ୍ଦ୍ର ମାଆ ସୀତାଙ୍କ ରାଣୀ ସୁଖରୁ ବଞ୍ଚିତ କରିଥିଲେ। ଏପରିକି ଗର୍ଭବତୀ ଅବସ୍ଥାରେ ଜଙ୍ଗଲରେ ଋଷି ବାଲ୍ମିକୀ ଆଶ୍ରମରେ ଆଶ୍ରୟ ନେଇ ଲବ, କୁଶଙ୍କୁ ଜନ୍ମ ଦେଇଥିଲେ ସୀତା।
Sambad is now on WhatsApp
Join and get latest news updates delivered to you via WhatsApp
ସେହି ସମୟର କଥା। ଦିନେ ସୀତା ଜଙ୍ଗଲରେ ବୁଲୁଥିବା ଅବସ୍ଥାରେ ଭେଟ ହୋଇଗଲେ ଲଙ୍କେଶ ରାବଣର ଭଉଣୀ ସୁପର୍ଣଖା । ସେ ସୀତାଙ୍କୁ ସ୍ୱାମୀ ପରିତ୍ୟକ୍ତା ଅବସ୍ଥାରେ ଦେଖି ଖୁବ୍ ଖୁସି ହୋଇଗଲେ। ସେ ବିଗତ ଦିନର କଥା ମନେ ପକାଇ ସୀତାଙ୍କୁ ଅନେକ ପରିହାସ କଲେ। ସେ ମନେ ପକାଇଦେଲେ ଯେ ଯେଉଁ ରାମ ଦିନେ ପତ୍ନୀ ସୀତାଙ୍କ ପାଇଁ ତାଙ୍କୁ ପରିତ୍ୟାଗ କରିଥିଲେ ସେ ସେହି ସୀତାଙ୍କୁ ନିଜଠାରୁ ଦୂରେଇ ଦେଇଥିବାରୁ ସୁପର୍ଣଖା ଖୁବ୍ ଖୁସି।
ମାତ୍ର ସୁପର୍ଣଖାଙ୍କୁ ମୁଁହରୁ ତାତ୍ସଲ୍ୟ ଶୁଣିବା ପରେ ବି ଭାଙ୍ଗି ପଡ଼ିନଥିଲେ ଜାନକୀ। ଟିକେ ବି ଲାଜ ଅନୁଭବ ନକରି ଯେଉଁ ଉପଦେଶ ଦେଇଥିଲେ ତାହା ସମସ୍ତ ମଣିଷ ସମାଜ ପାଇଁ ଏକ ଉଦାହରଣ ପାଲଟି ଯାଇଛି। ମାଆ ସୀତା କହିଥିଲେ, ‘ତୁମେ ଅନ୍ୟ ଜଣେ ମଣିଷଠାରୁ ଭଲପାଇବା ଆଶା କରି କେତେ ଦିନ ଭଲରେ ରହିପାରିବ। ଅନ୍ୟର ଭଲପାଇବା ଉପରେ ତୁମର ଆୟତ୍ତ ନାହିଁ। କିନ୍ତୁ ନିଜ ଭଲପାଇବା ଉପରେ ଆୟତ୍ତ ଅଛି। ଅନ୍ୟଠାରୁ ଭଲପାଇବା ଆଶା କରିବା ଅପେକ୍ଷା ନିଜର ଭଲପାଇବା ଏତେ ବଢ଼ାଇ ଦିଅ ଯେ ଅପର ଲୋକର ଭଲପାଇବା ତୁମକୁ ଆବଶ୍ୟକ ପଡ଼ିବ ନାହିଁ।’