ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଅଜାମିଳ। ସେ ଅନେକ ପ୍ରକାରର ଅଲୌକିକ ଗୁଣର ଅଧିକାରୀ ଥିଲେ । ସଦାଚାର,ସତ୍ୟତା,ପବିତ୍ରତା ଓ ଶାଳୀନତା ଇତ୍ୟାଦି ଗୁଣ ତାଙ୍କ ଭିତରେ ବିଦ୍ୟମାନ ଥିଲା। ସେ ଅଧିକାଂଶ ଶାସ୍ତ୍ର ଅଧ୍ୟୟନ କରି ଜଣେ ପରମ ଗୁଣୀ ବ୍ୟକ୍ତି ରୂପେ ମଧ୍ୟ ପରିଚିତ ହୋଇଥିଲେ।ଗୁରୁଜନ ଓ ଅତିଥି ମାନଙ୍କର ସେବାରେ ଅଜାମିଳ ପରମ ଆନନ୍ଦ ଲାଭ କରୁଥିଲେ।ତାଙ୍କର କଥାବାର୍ତ୍ତାରେ ସଂଯମତା ଓ ଜୀବନଶୈଳୀରେ ନିରହଂକାର ସ୍ୱଭାବ ପରିଲକ୍ଷିତ ହେଉଥିଲା।ଏହି କାରଣରୁ ତାଙ୍କୁ ଜଣେ ଶ୍ରେଷ୍ଠ ଜ୍ଞାନୀ,ଗୁଣୀ,ଭଦ୍ର ଓ ନମ୍ର ବ୍ୟକ୍ତି ଭାବେ ଗଣାଯାଉଥିଲା।
ଅଜାମିଳଙ୍କ ପିତା ପ୍ରତିଦିନ ଯଜ୍ଞାନୁଷ୍ଠାନ କରୁଥିଲେ।ଯଜ୍ଞ ପାଇଁ ଆବଶ୍ୟକୀୟ ସମିଧା,ଫୁଲ,କୁଶ ଇତ୍ୟାଦି ହବନ ସାମଗ୍ରୀ ଅରଣ୍ୟ ରୁ ଆଣିବା ଥିଲା ଅଜାମିଳଙ୍କର ଦୈନନ୍ଦିନର କାର୍ଯ୍ୟ।ଦିନେ ସେ ଯଜ୍ଞ ସାମଗ୍ରୀ ନେଇ ଅରଣ୍ୟରୁ ଫେରୁଥିଲେ।ସେହି ସମସୟରେ ମାର୍ଗରେ ଜଣେ ଯୁବକକୁ ଦେଖିଲେ,ଯିଏକି ଜଣେ ଦେହଜୀବୀ ସହିତ କାମକ୍ରୀଡ଼ାରେ ଲିପ୍ତ ଥିଲା।ସେ ଦୁହିଁଙ୍କର କାମକ୍ରୀଡ଼ା ଆଖି ଆଗରେ ଦେଖି ନିଜକୁ ଆଉ ରୋକିପାରିଲେନି ଅଜାମିଳ।ସେ ନିଜ ଉପରୁ ସମସ୍ତ ପ୍ରକାରର ନିୟନ୍ତ୍ରଣ ହରାଇଲେ।ତାଙ୍କ ଉପରେ କୁସଙ୍ଗର କୁପ୍ରଭାବ ପଡ଼ିଲା। ସେ ଘରେ କୌଣସି ମତେ ପହଞ୍ଚଗଲେ,ମାତ୍ର ବାରମ୍ବାର ସେହି କାମକ୍ରୀଡ଼ାର ଦୃଶ୍ୟ ତାଙ୍କୁ ବିଚଳିତ ଓ ଉତ୍ତେଜିତ କରିଲା।ସେ କ୍ରମଶଃ ମୋହଗ୍ରସ୍ତ ହୋଇଗଲେ।
Sambad is now on WhatsApp
Join and get latest news updates delivered to you via WhatsApp
କୁହାଯାଏ କୁସଙ୍ଗ ଦ୍ୱାରା ବିନାଶ ସୁନିଶ୍ଚିତ।କ୍ରମଶଃ ଅଜାମିଳଙ୍କ ବିବେକ ଭ୍ରଷ୍ଟ ହୋଇଗଲା। ସେହି ବେଶ୍ୟା ସହିତ ମିଳନର ଇଛା ତାଙ୍କୁ ବ୍ୟାକୁଳିତ କରିଲା। ସେ ଅନନ୍ୟୋପାୟ ହୋଇ ସେହି ବେଶ୍ୟା ସହିତ କାମକ୍ରଡ଼ାରେ ଲିପ୍ତ ହେଲେ। ସେ ନିଜର ‘ଧନ’ସଂପତ୍ତି ସବୁ ବିକ୍ରି କରି ସେହି ବେଶ୍ୟାକୁ ଦେଲେ ଓ ତା’ ପ୍ରତିବଦଳରେ ବେଶ୍ୟା ତା’ଙ୍କୁ ଦୈହିକ ସୁଖ ଦେଲା।ଏହି କୁକର୍ମରେ ଲିପ୍ତ ରହି ଅଜାମିଳ ନିଜ ପତ୍ନୀଙ୍କୁ ମଧ୍ୟ ଭୁଲିଗଲେ ଏବଂ ତାଙ୍କୁ ପରିତ୍ୟାଗ କରିଲେ। ସେ ଉକ୍ତ ବେଶ୍ୟା ସହିତ ରହିବାକୁ ଲାଗିଲେ।