ଛତିଶଗଡ଼ରେ ଏପରି ଏକ ସ୍ଥାନ ଅଛି ଯେଉଁଠି ପାଣି ଓଲଟା ଦିଗରେ ପ୍ରବାହିତ ହେଉଛି। କେବଳ ପାଣି ନୁହେଁ ସେହି ସ୍ଥାନରେ ଥିବା ଘାଟି ଉପରକୁ ଗାଡି ଚଢିବା ବେଳେ ଗାଡିକୁ ନ୍ୟୁଟ୍ରାଲ କରିଦେଲେ ତାହା ଉପରକୁ ଚଢୁଥିବାର ଦେଖାଯାଉଛି। ଏଥିପାଇଁ ଛତିଶଗଡର ସିମଲା କୁହାଯାଉଥିବା ମେନପାଟ ଅଞ୍ଚଳ ସୁନ୍ଦରତା ଓ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ସେହି ସ୍ଥାନଟି ବେଶ୍ ପରିଚିତ ହୋଇପାରିଛି । ତେଣୁ ବର୍ଷ ସାରା ସେଠାରେ ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ସ୍ଥାନୀୟ ଅଞ୍ଚଳକୁ ଛାଡି ଦେଲେ ବି ଅନେକ ସ୍ଥାନରୁଲ ଲୋକମାନେ ଏଠାକୁ ଆସିଥାଆନ୍ତି ବୁଲିବା ପାଇଁ । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା ଯେ, ସେହି ସ୍ଥାନର ନାମ ଓଲଟା ପାଣି । ମିଳିଥିବା ସୂଚନା ଅନୁସାରେ ଓଲଟା ପାଣି ଏକ ଏପରି ଜାଗା ଯେଉଁଠାରେ ଥିବା ଏକ ବିଲ ପ୍ରକୃତିର ନିୟମକୁ ସାମାନ୍ୟ ପରିବର୍ତନ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ଉପରୁ ଆସିଥିବା ପାଣି ତଳକୁ ନଗଡି ବିପରୀତ ଦିଗକୁ ପ୍ରଭାହିତ ହୋଇଥାଏ ବୋଲି ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ସେହି ସ୍ଥାନରେ ଥିବା ଘାଟି ଉପରକୁ ଗାଡି ଚଢିବା ବେଳେ ଗାଡିକୁ ନ୍ୟୁଟ୍ରାଲ କରିଦେଲେ ତାହା ଉପରକୁ ଚଢିବାରେ ଲାଗେ ବୋଲି କୁହାଯାଉଛି । ତେବେ ଏପରି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଏଠାରେ ଦେଖିବାକୁ ମିଳୁଥିବାରୁ ଅନେକ ଲୋକମାନେ ସେଠାକୁ ପରିଦର୍ଶନ କରିବା ପାଇଁ ଯାଆନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ କହନ୍ତି । ଯଦି ଆପଣ ସେହି ସ୍ଥାନକୁ ଯିବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଉତ୍ତର ଛତିଶଗଡର ସରଗୁଜା ସଂଭାଗ ମୁଖ୍ୟାଳୟର ଅମ୍ବିକାପୁର ପାଖାପାଖି ୩୫ କମି ଦୂରକୁ ଯିବା ପାଇଁ ପଡିଥାଏ ।
ଅମ୍ବିକାପୁର ଦରିମା ଦେଇ ଆପଣମାନେ ଓଲଟା ପାଣି ପାଖରେ ପହଞ୍ଚିପାରିବେ । ଏହି ସ୍ଥାନରେ ପହଞ୍ଚିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଥାଆନ୍ତି । କିନ୍ତୁ ବର୍ତମାନ ସୁଦ୍ଧା କୌଣସି ରିସର୍ଚ୍ଚ ଟିମ ସେଠାରେ ପହଞ୍ଚିନାହାନ୍ତି କି ସେଠାରେ କାହିଁକି ଏପରି ହୁଏ ତାହାକୁ ଜାଣିବା ପାଇଁ ମଧ୍ୟ କେହି ଚେଷ୍ଟା କରିନଥିବା ସ୍ଥାନୀୟ ଲୋକମାନେ କହନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଭୂବିତ୍ମାନେ ସେହି ସ୍ଥାନରେ ଚୁମ୍ବକୀୟ ଶକ୍ତି ରହିଥିବା ଅନୁମାନ କରିଛନ୍ତି ହେଲେ ତାହାର କୌଣସି ପ୍ରମାଣ ଏଯାବତ ମିଳିନାହିଁ ।
କେବଳ ସେମାନେ ଅନୁମାନ ହିଁ କରୁଛନ୍ତି । ଜଣେ ଭୂବିତ୍ କହିଛନ୍ତି ଯେ, ଆମେ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଯେ ଏହା କିପରି ସମ୍ଭବ ହେଉଛି ହେଲେ ପାଣି ଓଲଟା ଦିଗରେ ପ୍ରଭାବିତ ହେଉଥିବା କାରଣ ଏହାର ମାଧ୍ୟାକର୍ଷଣ ଶକ୍ତି ହୋଇପାରେ ବୋଲି ସେ କହିବା ସହ ଏହା ଉପରେ ଏଳର ସ୍ୱତନ୍ତ୍ର ଯାଞ୍ଚ କମିଟି ଯାଞ୍ଚ କରିବାର ଆବଶ୍ୟକ ବୋଲି ସେ କହିଛନ୍ତି ।