ଜାଣନ୍ତି କି?ଅନ୍ତିମ ସଂସ୍କାର ସମୟରେ ଶବର ମୁହଁ ଉପରେ ରଖାଯାଏ ଏହି ଗୋଟିଏ ଖାସ୍‌ ଜିନିଷ

ଶ୍ରୀମଦ୍‌ ଭାଗବତ୍‌ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ମଣିଷ ଶରୀରରେ ଆତ୍ମା ହେଉଛି ଅମର । ଆତ୍ମା ଏକ ନର୍ଦ୍ଧିଷ୍ଟ ସମୟ ପାଇଁ ମଣିଷ ଶରୀରର ରୂପ ଧାରଣ କରିଥାଏ ଏବଂ ଯେତେବେଳେ ଆତ୍ମା ମଣିଷ ଶରୀରର ତ୍ୟାଗ କରିଥାଏ ସେ ସମୟରେ ମଣିଷର ମୃତ୍ୟୁ ହୁଏ ବୋଲି କୁହାଯାଏ । ମୃତ୍ୟୁ ପରେ ଶବର ଅନ୍ତିମ ସଂସ୍କାର କରାଯାଇଥାଏ । ଅନ୍ତିମ ସଂସ୍କାର ସମୟରେ ଶବ ଉପରେ କେଉଁ ଖାସ୍‌ ଜିନିଷଟି ରଖା ଯାଇଥାଏ ସେ ବିଷୟରେ ଆପଣ ଜାଣିଛନ୍ତି କି? ଭାଗବତରେ ଉଲ୍ଲେଖ ଥିବା ଅନୁଯାୟୀ ମଣିଷର ଅନ୍ତିମ ସଂସ୍କାର ସମୟରେ ତା’ର ମୁହଁ ଉପରେ ଚନ୍ଦନ କାଠ ରଖା ଯାଇଥାଏ ।
୧. ହିନ୍ଦୁ ପରମ୍ପରା ଅନୁଯାୟୀ, ମନୁଷ୍ୟର ମୁଖରେ ଚନ୍ଦନ କାଠ ରଖା ଯାଇ ଶବଦାହ କରାଯାଇଥାଏ । ପ୍ରାଚୀନ କାଳରୁ ଏହି ପରମ୍ପରା ଚାଲି ଆସୁଥିବା ବେଳେ ଏହି ପରମ୍ପରା ପଛରେ କେବଳ ଧାର୍ମିକ ନୁହେଁ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।
୨. ପ୍ରାଚୀନ କାଳରେ କେବଳ ଚନ୍ଦନ କାଠରେ ହିଁ ଶବଦାହ କରାଯାଉଥିଲା। କିନ୍ତୁ ଏବେ ଚନ୍ଦନ କାଠ ଅଧିକ ମହଙ୍ଗା ହୋଇ ଯାଇଥିବାରୁ ସମସ୍ତଙ୍କ ପାଇଁ ଏହାକୁ କିଣି ଶବଦାହ କରିବା ସମ୍ଭବ ହେଉନାହିଁ । ସେଥିପାଇଁ ଏବେ କେବଳ ପରମ୍ପରାକୁ ଜୀବିତ ରଖିବା ପାଇଁ ସାଧାରଣ କାଠରେ ଶବଦାହ କରାଯାଇ ଚନ୍ଦନ କାଠକୁ ମୁଖ ଉପରେ ରଖା ଯାଉଛି ।

जीवन मंत्र

୩. ଶବ ଉପରେ ଚନ୍ଦନ କାଠ ରଖି ଶବଦାହ କଲେ ମଣିଷର ଆତ୍ମାକୁ ଶାନ୍ତି ମିଳିଥାଏ ବୋଲି ପୁରୁଣା ମାନ୍ୟତା ରହିଛି । ଏହା ସହ ମୃତକକୁ ଆର ପାରିରେ ମଧ୍ୟ ଶାନ୍ତି ଅନୁଭବ ହେବ ବୋଲି ମୁହଁ ଉପରେ ଚନ୍ଦନ ରଖା ଯାଇଥାଏ ।
୪. ଏହାର ଏକ ବୈଜ୍ଞାନିକ କାରଣ ହେଉଛି, ଶବ ସତ୍କାର କରିବା ସମୟରେ ଶବରୁ ବାହାରୁଥିବା ଦୁର୍ଗନ୍ଧ ଚାରିଆଡ଼େ ବ୍ୟାପି ଯାଇଥାଏ । ଏପରି ନ ହେବା ପାଇଁ ଶବଦାହ ସମୟରେ ଚନ୍ଦନ କାଠ ରଖା ଯାଇଥାଏ ।

ସମ୍ବନ୍ଧିତ ଖବର