ଥିରୁବନନ୍ତପୁରମ୍: କେରଳ ବନ୍ୟା ପରେ ମାଛ ଧରାଳିରୁ ନେଇ ଜିଲ୍ଲା ପ୍ରଶାସକଙ୍କ ପର୍ଯ୍ୟନ୍ତ ସଭିଏଁ ଏବେ ସୁରକ୍ଷିତ ରହିବା ସହ, ସୁସ୍ଥକର ଖାଦ୍ୟ ଓ ଉଷ୍ମ ବିଛଣାରେ ଶୋଇବାର ମଜ୍ଜାକୁ ଝୁରି ଦେଉଛନ୍ତି। ଯଦିଓ ରିଲିଫ୍ କ୍ୟାମ୍ପରେ ଥିବା ସମସ୍ତ ବନ୍ୟା ପ୍ରପିଡୀତଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇବା ସମ୍ଭବ ନୁହେଁ ତଥାପି ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କର ସ୍ୱାଗତଯୋଗ୍ୟ ପଦକ୍ଷେପ ସଭିଙ୍କୁ ଚକିତ କରିଛି।
ଆଇଏଏସ୍ ଅଧିକାରୀ ଟିଭି ଅନୁପମା ପୂର୍ବରୁ ବି ନିଜର କାର୍ଯ୍ୟ ଦକ୍ଷତା ପାଇଁ ଚର୍ଚ୍ଚାରେ ରହିଥିଲେ। ପୂର୍ବରୁ ଅନେକ ରାଜନେତାଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ପୂର୍ବତନ ପରିବହନ ମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯିବା ଅନ୍ୟତମ।
ଦୁଇ ମାସ ତଳେ ସେ ତ୍ରିସୂର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କୁ ଏହି ବନ୍ୟାରେ ଉଦ୍ଧାରକାର୍ଯ୍ୟ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ରହିଥିଲା। ବନ୍ୟା ପ୍ରପୀଡ଼ିତଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଦେବା ଲକ୍ଷରେ ସେ ପଡ଼ିଆକୁ ଓହ୍ଲାଇଥିଲେ।
ଏହି କାର୍ଯ୍ୟ ସଂପାଦନ ବେଳେ ତାଙ୍କୁ ବହୁ କଠିନ ପରୀକ୍ଷା ମଧ୍ୟ ଦେବାକୁ ପଡ଼ିଛି। ବନ୍ୟା ପ୍ରପିଡ଼ୀତଙ୍କୁ ରହଣି ପାଇଁ ସ୍ଥାନ ଟିକେ ଯୋଗାଇବାକୁ ବା ରିଲିଫ୍ ଦ୍ରବ୍ୟକୁ ସୁଷ୍କ ସ୍ଥାନରେ ରଖିବା ପାଇଁ ମନ୍ଦିର, ମସ୍ଜିଦ୍ ଓ ମାଦ୍ରାସ ଆଦିଗୁଡ଼ିକର ଦ୍ୱାର ଖୋଲାଯାଇଛି।
ତ୍ରିସୂରର ଜିଲ୍ଲା ପ୍ରଶାସିକା ଅନୁପମା ବାର୍ ଆସୋସିଏସନ୍କୁ ବି ସ୍ଥାନ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ ମୁତାବକ୍ ବାର୍ର ଯେଉଁ ଦୁଇଟି ରୁମ୍ରେ ରିଲିଫ୍ ଦ୍ରବ୍ୟ ରଖାଯାଇ ଥାଆନ୍ତା ତାହା ବନ୍ଦ ଥିବାରୁ ଏହି ସାହସୀନି ଆଇଏଏସ୍ ଅଧିକାରୀ ଜଣକ ତାଲା ଭାଙ୍ଗି ରିଲିଫ୍ ଦ୍ରବ୍ୟ ପାଇଁ ସ୍ଥାନ ବାହାର କରିଛନ୍ତି।
U r superb mem