ଅନଲାଇନରେ ସୁନା କିଣୁଛନ୍ତି କି? ଏହି ୯ ଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ଋତୁରେ ସୁନା କିଣିବାକୁ ଚାହୁଁଛନ୍ତି କି ? କିନ୍ତୁ ଆଜିର ବ୍ୟସ୍ତ ଜୀବନରେ ସମୟ ନାହିଁ ଯିବାକୁ ସୁନା ଦୋକାନ । ତେବେ ଅନଲାଇନରେ ମଧ୍ୟ ଆପଣ କିଣି ପାରିବେ ସୁନା । ବର୍ତ୍ତମାନ ବହୁ ଖୁଚୁରା ସୁନା ବ୍ୟବସାୟୀ ତାଙ୍କର ଅନଲାଇନ ବ୍ୟବସାୟ ଆରମ୍ଭ କରିସାରିଲେଣି । ଆମାଜନ, ଫ୍ଲିପକାର୍ଟ ଏବଂ ପେଟିଏମରେ ସୁନା କଏନ୍ସ ଏବଂ ସୁନାର ଷ୍ଟିକ୍‌ ସହ ବିଭିନ୍ନ ପ୍ରକାରର ସୁନା ଅଳଙ୍କାର ମଧ୍ୟ ମିଳୁଛି। ତେବେ ଅନଲାଇନରେ ସୁନା କିଣୁଥିବା ବେଳେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ। ଆସନ୍ତୁ ଜାଣିବା ସେ ସଂପର୍କରେ…

ବିକ୍ରେତା ଏବଂ େଓ୍ଵବସାଇଟ ବିଷୟରେ ଜାଣିବା
ସାଧାରଣତଃ ଅନଲାଇନ ବିକ୍ରେତାଙ୍କ ଉପରେ ବିଶ୍ୱାସ କରିବା ବହୁ କଷ୍ଟକର ହୋଇଥାଏ। ଇଣ୍ଟେରନେଟରେ ବହୁ ପ୍ରକାରର ରିହାତି ମିଳୁଥିବା ବେଳେସୁନା କିଣିବା ବେଳେ ଏହା ପ୍ରତି ଧ୍ୟାନ ଦେବା କଥା। ଯେକୌଣସି େଓ୍ଵବସାଇଟ୍‌ର ଅଫର ଏବଂ ରିହାତିକୁ ଦେଖି ଜିନିଷ ନକିଣି ବରଂ ପୂର୍ବରୁ ଅଧିକୃତ ଥିବା େଓ୍ଵବସାଇଟରୁ କିଣିବା ଉଚିତ।

ସୁନାର ଶୁଦ୍ଧତା
ସୁନା କିଣିବା ପୂର୍ବରୁ ଏହାର ଶୁଦ୍ଧତାର ବିଭିନ୍ନ ସ୍ତର ବିଷୟରେ ଜାଣିବା ଆବଶ୍ୟକ । ସୁନାର ୨୪,୨୨,୧୮ ଏବଂ ୧୪ କ୍ୟାରେଟରେ ମିଳିଥାଏ। ୨୪ କ୍ୟାରେଟରେ ସବୁଠାରୁ ଭଲ ସୁନା ରହିଥାଏ। କିନ୍ତୁ ଆପଣଙ୍କୁ ସବୁବେଳେ ୨୪ କ୍ୟାରେଟ ଶୁଦ୍ଧତା ଥିବା ସୁନା ମିଳିବା ସମ୍ଭବପର ହୋଇ ନଥାଏ। ଏଥିରେ ରୁପା , କପର ଏବଂ ନିକେଲ ମିଶ୍ରିତ ମଧ୍ୟ ହୋଇପାରେ । ସୁନା କିଣିବା ସମୟରେ ଏହାର’କ୍ୟାରେଟ ‘ବା ‘କେ’ ବିଷୟରେ ପରୀକ୍ଷା କରିବା ଦରକାର । ଆମାଜନ , ଫ୍ଲିପକାର୍ଟ ଏବଂ ପେଟିଏମ ରେ ସୁନା କଏନ୍ସ ଏବଂ ସୁନାର ଛଡ଼ିି ୨୪ କ୍ୟାରେଟଶୁଦ୍ଧତାରେ ମିଳିଥାଏ।

ବିଆଇଏସ ହଲମାର୍କ ଚିହ୍ନ
ସୁନା କିଣିବା ପାଇଁ ବିଆଇଏସ ହଲମାର୍କ ଏକ ମାନଦଣ୍ଡ ଭାବେ ରଖାଯାଇଛି। ସର୍ବଦା ସୁନା କିଣିବା ବେଳେ ଏହି ହଲମାର୍କ ଚିହ୍ନ ଦେଖି କିଣିବା ଦରକାର । ବ୍ୟୁରୋ ଅଫ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ଼ (ବିଆଇଏସ) ହଲମାର୍କ ଦ୍ୱାରା ପ୍ରମାଣିତ ସୁନା ହିଁ ଶୁଦ୍ଧ ସୁନା । ବିଆଇଏସ େଓ୍ଵବସାଇଟରେ ସାର୍ଟିଫିକେଟ ସୁନା ଅଳଙ୍କାର ମାନଙ୍କର ସମ୍ପୂର୍ଣ୍ଣଏକ ତାଲିକା ରହିଅଛି ।

ଗଢ଼ା ମଜୁରୀ
ଅନଲାଇନ ସୁନା କିଣିବା ବେଳେ ସର୍ବଦା ଏହାର ଫେରସ୍ତ ଏବଂ ବଦଳାଇବା ନୀତି ରହିଛି କି ନାହିଁ ଦେଖିବା ଦରକାର । ବର୍ତ୍ତମାନ ଅନଲାଇନରେ ବହୁ ଫୋରମ୍‌ ଅଛି ଯେଉଁଠିରେ ଫେରସ୍ତ ଏବଂ ବଦଳାଇବା ନୀତି ରହିଅଛି। କିନ୍ତୁ ଅନ୍ୟ ଜିନିଷ ଅପେକ୍ଷା ସୁନାର ଫେରସ୍ତ ଏବଂ ବଦଳାଇବା ନୀତି ଅଧିକ କଠିନ ଏବଂ ଶକ୍ତ ରହିଥାଏ। ଏଣୁ ଅନଲାଇନରେ ସୁନା କିଣିବା ପୂର୍ବରୁ ଆପଣଙ୍କ େଓ୍ଵବସାଇଟରେ କ’ଣ ସର୍ତ୍ତ ରହିଛି ତାହା ଦେଖିବା ସହ ଏହାକୁ କିଛି ବର୍ଷ ପରେ ବଦଳି କଲେ କେତେ ରିହାତି ମିଳିବ ତାହା ଜାଣିବା ଦରକାର।

ବିଲ ଆଣିବା ଦରକାର
ସର୍ବଦା ସୁନା କିଣିବା ପରେ ଏହାର ବିଲ ଆଣିବା ଦରକାର । ବିଲ ଦ୍ୱାରା ଜିନିଷ ଫେରସ୍ତ ଏବଂ ବଦଳାଇବା ପ୍ରକ୍ରିୟା ସହଜ ହେବା ସହ ସୁନାର ଶୁଦ୍ଧତା ଏବଂ ଓଜନ ମଧ୍ୟ ସେଥିରୁ ଜଣାପଡ଼ିଥାଏ। ବିଲ ପାଇଁ ଆପଣଙ୍କୁ ବୋଧ ହୁଏ ଆପଣଙ୍କର ପାନ କାର୍ଡ଼ ଡ଼ିଟେଲ ଦେବାକୁ ପଡ଼ିବ। କିନ୍ତୁ କିଣିବା ପାଇଁ ବିଲ ନେବା ନିହାତି ଜରୁରି ରହିଥାଏ।

ସୁନାର ପ୍ୟାକେଜିଙ୍ଗ
ଅନଲାଇନ କିଣିଥିବା ସୁନା ଗ୍ରହଣ କରିବା ସମୟରେ ଏହାର ପ୍ୟାକେଜିଙ୍ଗ ଦେଖି ଦରକାର । ଏହା ସର୍ବଦା ଭଲ ଭାବେ ପ୍ୟାକ ହୋଇ ରହିବା ଆବଶ୍ୟକ। ଯଦି ଜିନିଷର ପ୍ୟାକେଜିଙ୍ଗ ଉପରେ କିଛି ବିି ସନ୍ଦେହ ହୋଇଥାଏ, ତେବେ ଏହାକୁ ଗ୍ରହଣ କରିବା ଉଚିତ ନୁହଁ। ଅନଳାଇନରେ ସୁନା ଅର୍ଡ଼ର କରିବା ପୂର୍ବରୁ ଏହାର ସିପମେଣ୍ଟ ଚାର୍ଜେସ ଦେଖି କିଣିବା ଦରକାର । କିଛି କିଛି ଜିନିଷରେ ମାଗଣା ସିପମେଣ୍ଟ ରହିଥିବା ବେଳେ ଅନ୍ୟ କିଛିର ସିପମେଣ୍ଟ ଚାର୍ଜେସ ବହୁତ ମହଙ୍ଗା ହୋଇଥାଏ।

ସଜାଡ଼ିବା ନୀତି
ଅନେକ ସମୟରେ ଆମେ କିଣିଥିବା ସୁନା ଅଳଙ୍କାର ସମୟକ୍ରମେ ଛୋଟ ବଡ଼ ହୋଇଯାଇଥାଏ। ଏଣୁ ଅନଲାଇନ ସୁନା କିଣିବା ପୂର୍ବରୁ ସେହି େଓ୍ଵବସାଇଟର ରିସାଇଜ ଏବଂ ରିପ୍ୟାରିଙ୍ଗ ପଲିସି ରହିଛି କି ନାହିଁ ଦେଖି କିଣିବା ଦରକାର ।

ଟ୍ରାଏ ଆଟ ହୋମ
ବର୍ତ୍ତମାନ କିଛି ଅନଲାଇନ ସପିଂ ସାଇଟ୍‌ ଯେପରିକି କ୍ୟାରେଟଲାଇନ ଏବଂ ବ୍ଲୁଷ୍ଟୋନ ଆଦିରେ ଟ୍ରାଏ ଆଟ ହୋମର ଅପସନ ରହିଛି । ଏହି ପ୍ରକ୍ରିୟା ମାଗଣା ହୋଇଥିବା ବେଳେ ଏହା ଦ୍ୱାରା ଅଳଙ୍କାର ଆମକୁ କିପରି ଦେଖାଯାଉଛି ଆମେ ଜାଣି ପାରିବା ।

ସମ୍ବନ୍ଧିତ ଖବର