କର୍ପୋରେଟ୍‌ ହସ୍ପିଟାଲ୍‌ର ପେଣ୍ଠ ‘ଚନ୍ଦ୍ରଶେଖରପୁର’

ଏବେ ଆଉ ବଡ଼ ରୋଗ ଚିକିତ୍ସା ପାଇଁ ଲୋକଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁନି। ସବୁ କିଛି ହାତ ପାହାନ୍ତାରେ ଉପଲବ୍ଧ ହେଉଛି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ହସ୍ପିଟାଲ ଏବେ ଭୁବନେଶ୍ବରରେ ଖୋଲିଲାଣି। ଏମ୍‌ସ ହେଉ ବା ଆମ୍ରି, ଆପୋଲୋ। ରାଜଧାନୀରେ ଲୋକଙ୍କୁ ମିଳୁଛି ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା। ପ୍ରତ୍ୟେକ ଅଞ୍ଚଳରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିଥିବାବେଳେ ଘରୋଇ ହସ୍ପିଟାଲ ସଂଖ୍ୟା ବି କିଛି କମ୍‌ ନାହିଁ ଭୁବନେଶ୍ବରରେ। ତେବେ ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ ଚନ୍ଦ୍ରଶେଖରପୁର ଓ ଏହାର ଆଖପାଖ ଅଞ୍ଚଳ ଗତ ୧୦ ବର୍ଷ ଭିତରେ ବହୁ ଆଗକୁ ବଢ଼ିଯାଇଛି। ଦିନେ କଳିଙ୍ଗ ହସ୍ପିଟାଲ ପାଇଁ ସ୍ବତନ୍ତ୍ର ପରିଚୟ ପାଇଥିବା ଏହି ଅଞ୍ଚଳରେ ଏବେ ଡର୍ଜନେରୁ ଅଧିକ ହସ୍ପିଟାଲର ଠିକଣା ପାଲଟିଛି। କଳିଙ୍ଗ ହସ୍ପିଟାଲର ନବକଳେବର ହେବା ପରେ ତାହା ‘ବିଆର‌୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲ’ରେ ପରିଣତ ହୋଇଛି। ଏଥିସହ ଆପୋଲୋ ହସ୍ପିଟାଲ, ଏଲ୍‌ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ, ଆଦିତ୍ୟ କେୟାର ହସ୍ପିଟାଲ, କେୟାର ହସ୍ପିଟାଲ, ଇଏସ୍‌ଆଇ ହସ୍ପିଟାଲ, କିମ୍‌ସ ହସ୍ପିଟାଲ, ହେମଲତା ହସ୍ପିଟାଲ ଆଣ୍ତ ରିସର୍ଚ୍ଚ ସେଣ୍ଟର, ହେଲ୍‌ଥ ପଏଣ୍ଟ ହସ୍ପିଟାଲ, ରୋଟାରି ଚକ୍ଷୁ ଚିକିତ୍ସାଳୟ, ରେଲେଵ ସେଣ୍ଟ୍ରାଲ ହସ୍ପିଟାଲ ପ୍ରଭୃତି ରହିଛି। ବିଭିନ୍ନ ରୋଗ ଗବେଷଣା କ୍ଷେତ୍ରରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମ୍‌ଆରସି) ଚନ୍ଦ୍ରଶେଖରପୁର ଲାଗି ସ୍ବତନ୍ତ୍ର ପରିଚୟ ଲାଭ କରିଛି।

ସମ୍ବନ୍ଧିତ ଖବର