୨ ଥର ଆତ୍ମହତ୍ୟା ଉଦ୍ୟମ ପରେ ୨୫ମହଲା ଉପରୁ ଡ଼େଇଁବାକୁ ବସିଥିବା ବେଳେ ମନରେ ଆସିଲା ଏକ ଭାବନା, ଯାହା ବଦଳାଇ ଦେଲା ଏହି ଚାଟାର୍ଡ଼ ଆକଉଣ୍ଟାଣ୍ଟଙ୍କ ଜୀବନର ରାସ୍ତା

ସିକର(ରାଜସ୍ଥାନ) : ତିନି ଥର ଆତ୍ମହତ୍ୟା ଉଦ୍ୟମ କରି ସାରିଥିବା ଚାଟାର୍ଡ଼ ଆକାଉଣ୍ଟାଣ୍ଟ ପରେଶ ଗୁପ୍ତା ଏବେ ଆତ୍ମହତ୍ୟା କରୁଥିବା ଲୋକମାନଙ୍କୁ ଜୀବନର ମହତ୍ତ୍ୱ ବିଷୟରେ ଜଣାଉଛନ୍ତି । ଏବେ ପର୍ଯ୍ୟନ୍ତ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟାର ଉଦ୍ୟମ କରୁଥିବା ୫୩ ଜଣ ଲୋକଙ୍କ ଜୀବନ ବଞ୍ଚାଇ ସାରିଛନ୍ତି ପରେଶ । ୪ ବର୍ଷ ସିକରରେ ରହି ପରେଶ ଚାଟାର୍ଡ଼ ଆକାଉଣ୍ଟାଟ୍‌ର ପାଠ ପଢ଼ିଥିବା ବେଳେ ଏବେ ସେ ଦେଶର ଜଣାଶୁଣା ମୋଟିଭେଟରଙ୍କ ମଧ୍ୟରେ ନିଜର ନାଁ ସାମିଲ କରି ପାରିଛନ୍ତି । ଦେଶ-ବିଦେଶର ବିଭିନ୍ନ ସ୍କୁଲକୁ ଯାଇ ସେ ପିଲାମାନଙ୍କୁ ଜୀବନର ମହତ୍ତ୍ୱ ବିଷୟରେ କହିବା ସହ ଆତ୍ମହତ୍ୟା ଭଳି ପଦକ୍ଷେପ ନ ନେବାକୁ କହିଥାନ୍ତି ।

ପରେଶଙ୍କୁ ତାଙ୍କର ଏଭଳି ଅନୁପ୍ରାଣିତ କଲା ଭଳି ଯାତ୍ରା ବିଷୟରେ ପଚରାଯିବା ପରେ ସେ କହିଥିଲେ, ୧୯୯୯ ମସିହାରେ ଯେତେବେଳେ ମୁଁ ସ୍କୁଲରେ ପଢ଼ୁଥିଲେ,ସେତେବେଳେ ମୋ ସାଙ୍ଗମାନେ ମୋତେ ଚିଡ଼ାଇବା ଆରମ୍ଭ କରିଥିଲେ । ଯାହାଦ୍ୱାରା ମୋର ଆତ୍ମବିଶ୍ୱାସ କମିବାକୁ ଲାଗିଥିଲା । ଧିରେ ଧିରେ ମୁଁ ଅବସାଦଗ୍ରସ୍ତ ହୋଇ ପ୍ରଥମେ ହାତ କାଟିଥିଲି । କିନ୍ତୁ ପରିବାର ଲୋକଙ୍କ ପାଇଁ ବଞ୍ଚି ଯାଇଥିଲି । ଏହାର ୩ ମାସ ପରେ ମୁଁ ନିଦ ବଟିକା ଖାଇ ଆତ୍ମହତ୍ୟାର ଉଦ୍ୟମ କରିଥିଲି । କିନ୍ତୁ ଦ୍ୱିତୀୟ ଥର ମଧ୍ୟ ବଞ୍ଚି ଯାଇଥିଲି । ଶେଷରେ ୬ମାସ ପରେ ମୁଁ ୨୫ମହଲା ଉପରକୁ ଯାଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତିି ନେଇଥିଲି । କିନ୍ତୁ ୨୫ମହଲା ଉପରେ ଠିଆ ହୋଇ ତଳକୁ ଦେଖିବା ପରେ ମୋ ମନରେ ବଞ୍ଚିବାର ଆଶା ଜାଗି ଉଠିଥିଲା । ଏହା ପରେ ମୁଁ ଆତ୍ମହତ୍ୟା କରିବାର ଭାବନା ଛାଡ଼ି ଯେଉଁମାନେ ମୋତେ ଚିଡ଼ାଉଥିଲେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲି । ଏହା ପରେ ମୁଁ ଦିଲ୍ଲୀର ଶ୍ରୀରାମ କଲେଜରେ ବି.କମ୍‌ କରି ୨୦୦୪ରେ ଟପ୍ପର ହୋଇଥିଲି । ଏହା ପରେ ମୁଁ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଭାବେ କାମ କରିବା ଆରମ୍ଭ କରିଥିଲି ।

twitter.com

ଲଣ୍ଡନ ଯାଇ ଏମ୍‌ବିଏ କରିବା ପରେ ମୁଁ ଏବେ ଇଣ୍ଟନ୍ୟାସ୍‌ନାଲ ବ୍ୟାଙ୍କରେ କାମ କରୁଛି । ଇଣ୍ଟନ୍ୟାସ୍‌ନାଲ ବ୍ୟାଙ୍କର ହେବା ସହ ମୋ ସହ ଯାହା ହୋଇଥିଲା ସେଭଳି ଉଦ୍ୟମ ଆଉ କେହି ନ କରନ୍ତୁ,ସେ ନେଇ ମୁଁ ଲୋକମାନଙ୍କୁ ଉପଦେଶ ଦେବା ଆରମ୍ଭ କରିଛି ବୋଲି ପରେଶ କହିଛନ୍ତି । ତାଙ୍କର ଏଭଳି ଉଦ୍ୟମ ପାଇଁ ଅନେକ ନିଜର ଆତ୍ମହତ୍ୟାର ନିଷ୍ପତ୍ତିି ବଦଳାଇ ଦେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର