ଜାଣନ୍ତୁ ଘରୋଇ ଉପାୟରେ କିପରି କରିବେ ଭେଜାଲ ଖାଦ୍ୟ ସାମଗ୍ରୀର ଯାଞ୍ଚ୍‌

ଦିନକୁ ଦିନ ଭେଜାଲ ହେବାରେ ଲାଗିଛି ଖାଦ୍ୟ ସାମଗ୍ରୀ। ପାନମଧୁରୀ ଠାରୁ ଆରମ୍ଭ କରି ମଟର ପର୍ଯ୍ୟନ୍ତ ସବୁ ହେଉଛି ଭେଜାଲ। ଏହି ଦ୍ରବ୍ୟ ଖାଇବା ଦ୍ୱାରା ଆପଣ ଯେ ରୋଗକୁ ଡାକିଆଣିବେ ଏଥିରେ କୌଣସି ସନ୍ଦେହ ନାହିଁ । ତେବେ ଏହି ଭେଜାଲ୍ ଖାଦ୍ୟପଦାର୍ଥକୁ ଆଖି ଆଗରେ ରଖି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରଧୀକରଣ (ଏଫଏସଏସଏଆଇ) ଉତ୍ପାଦର ଘରୋଇ ଉପାୟ ବାହାର କରିଛନ୍ତି । ଏହାଦ୍ୱାରା ଆପଣ ଭେଜାଲ୍ ଖାଦ୍ୟପଦାର୍ଥର ଜାଞ୍ଚ୍ କରିପାରିବେ । ଆସନ୍ତୁ ଜାଣିବା କିପରି ଯାଞ୍ଚ୍‌ କରିବେ?

କିଭଳି ଚିହ୍ନିବେ ଗରମ ମସଲାରେ ମିଶିଥିବା କାଠଗୁଣ୍ଡ : ଗୋଟିଏ କାଚ ଗ୍ଲାସରେ ପାଣି ନିଅନ୍ତୁ ଏବଂ ଏଥିରେ ଗରମ ମସାଲା ପକାନ୍ତୁ । ଶୁଦ୍ଧ ଗରମ ମସାଲା ପାଣିରେ ଅଧିକ ରଙ୍ଗ ଛାଡିବ ନାହିଁ ଏବଂ ପାଣି ଉପରେ ଭାସିବାକୁ ଲାଗିବ । କିନ୍ତୁ ଭେଜାଲ୍ ମସାଲାରେ କାଠଗୁଣ୍ଡ ପାଣିରେ ରଙ୍ଗ ଛାଡିବା ସହ ଗ୍ଲାସ୍ ତଳେ ବସିଯିବ ।

କିଭଳି ଚିହ୍ନିବେ ରଙ୍ଗଦିଆ ସବୁଜ ମଟର : କାଚ ଗ୍ଲାସରେ ସବୁଜ ମଟର କିଛି ପକାନ୍ତୁ । ଏବେ ମଟର ଥିବା ଗ୍ଲାସରେ ଅଧା ପର୍ଯ୍ୟନ୍ତ ପାଣି ପକାନ୍ତୁ। ଶୁଦ୍ଧ ମଟର ପାଣିରେ ରଙ୍ଗ ଛାଡିବ ନାହିଁ କିନ୍ତୁ ରଙ୍ଗଦିଆ ସବୁଜ ମଟର ପାଣିରେ ମିଶିବା ମାତ୍ରେ ପାଣିର ରଙ୍ଗ ସବୁଜ ହୋଇଯିବ।

କିଭଳି ଜାଣିବେ ଅସଲି ହଳଦୀଗୁଣ୍ଡ : କାଚ ଗ୍ଲାସରେ ପାଣି ନିଅନ୍ତୁ ଏବଂ ଏଥିରେ ଦୁଇ ଚାମଚ ହଳଦୀଗୁଣ୍ଡ ପକାନ୍ତୁ । ଶୁଦ୍ଧ ହଳଦୀଗୁଣ୍ଡର ପାଣି ହାଲୁକା ହଳଦିଆ ହେବା ସହ ଗୁଣ୍ଡ ଗ୍ଲାସ୍ ତଳେ ବସିଯିବ । ଭେଜାଲ୍ ହଳଦୀଗୁଣ୍ଡର ପାଣି ଅଧିକ ରଙ୍ଗ ହେବା ସହ ଉପରେ ଭାସିବାକୁ ଲାଗିବ ।

କିଭଳି ଚିହ୍ନିବେ ଅସଲି ପାନମଧୁରୀ : ଗୋଟିଏ କାଚ ପ୍ଲେଟରେ କିଛି ପାନମଧୁରୀ ନେଇଯାଆନ୍ତୁ । ଏବେ ଭଲଭାବରେ ଦେଖନ୍ତୁ ଯଦି ଏଥିରେ ଭିନ୍ନତା ଜଣାପଡୁଛି ତେବେ ଦୁଇ ତିନିଟି ଦାନାକୁ ଚୋବାଇ ଦେଖନ୍ତୁ । ସୁଗନ୍ଧ ଏବଂ ସ୍ୱାଦ ଭିନ୍ନ ଭିନ୍ନ ହେବ ଏବଂ ଅସଲି ନକଲିର ପାର୍ଥକ୍ୟ ମଧ୍ୟ ଜଣାପଡିବ ।

ଗୁଣ୍ଡଲୁଣକୁ କିଭଳି ଚିହ୍ନିବେ : କାଚଗ୍ଲାସରେ ଅଧା ପାଣି ଏବଂ ସେଥିରେ ଏକ ଚାମଚ ଲୁଣ ପକାନ୍ତୁ । ଶୁଦ୍ଧ ଲୁଣ ପାଣିରେ ସମ୍ପୁର୍ଣ୍ଣ ମିଳେଇ ଯାଉଥିବା ବେଳେ ଭେଜାଲ୍ ଲୁଣ ପାଣିକୁ ଅଧିକ ଧଳା କରିଦେବ ।

ସମ୍ବନ୍ଧିତ ଖବର