୬ମାସ ହେବ କୋମାରେ ଥିଲେ ଯୁବତୀ, ଏହି ଗୀତ ଶୁଣିବା ମାତ୍ରେ ଉଠିପଡ଼ିଲେ

ବେଜିଙ୍ଗ: ସଙ୍ଗୀତର ଯାଦୁ ସମସ୍ତେ ଜାଣିଛନ୍ତି। ସଙ୍ଗୀତ ଦ୍ୱାରା ବି ଚିକିତ୍ସା କରାଯାଏ ବୋଲି ଆମେ ଶୁଣିଛେ। କୁହାଯାଏ, ଯେତେବେଳେ କୌଣସି ଔଷଧ କାମ କରେ ନାହିଁ ସଙ୍ଗୀତ ନିଜର ଚମତ୍କାର ଦେଖାଇଥାଏ। ଚୀନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ୬ମାସ ହେବ ଜଣେ ୨୪ବର୍ଷୀୟ ଯୁବତୀ କୋମାରେ ଥିଲେ। ସେ ଏକ ଗୀତ ଶୁଣି କୋମାରୁ ଉଠି ପଡ଼ିଛନ୍ତି। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ଚୀନ ଖବରକାଗଜ ମୁତାବକ, ଯୁବତୀ ୨୦୧୭ ନଭେମ୍ବରରେ ଅମ୍ଳଜାନ ଅଭାବରୁ ବ୍ରେନ୍‌ ଡିସ୍‌ପଫଙ୍କସନ୍‌ର ଶିକାର ହୋଇଥିଲେ। ସେବେଠାରୁ ସେ କୋମାରେ ପଡ଼ିଥିଲେ। ମହିଳାଙ୍କ ଚେତା ଆଣିବା ପାଇଁ ଡାକ୍ତର ଓ ନର୍ସ ବହୁ ଚେଷ୍ଟା କରିଥିଲେ। ନର୍ସ ବି ମହିଳାଙ୍କ ପାଖରେ ବସି ଅନେକ ସମୟରେ ମନୋରଞ୍ଜନ ଖବର ଶୁଣାଇବା ସହିତ ମଜାଦାର କଥା ବି କହି ଥାଆନ୍ତି। ନର୍ସ ତାଇବାନି ଆଟିଷ୍ଟ୍‍ର ଗୀତ ବି ବଜାଇ ଥାଆନ୍ତି।

ତେବେ ନର୍ସଙ୍କ କହିବାନୁସାରେ, ମୁଁ ତାଇବାନି ପପ୍‌ଷ୍ଟାର ଜଇ ଚାଓଙ୍କ ଗୀତ ଶୁଣିବାକୁ ବହୁତ ଭଲ ପାଇଥାଏ। ଏମିତିରେ ମୁଁ ଭାବିଲି କୋମାରେ ପଡ଼ିିଥିବା ଯୁବତୀଙ୍କୁ ବି ଯାଉଛି ଏହି ଗୀତ ଶୁଣାଇବି କାଳେ ସେ ବି ଏହାକୁ ପସନ୍ଦ କରିବେ। ଆଶ୍ଚର୍ଯ୍ୟର କଥା ମୋର ଏହି ଆଇଡିଆ ସଫଳ ହୋଇଗଲା। ମହିଳଙ୍କ ଚେତା ଆସିଗଲା, ମୁଁ ଯେଭଳି ସୂଚନା ଦେଖି ସେସେଭଳି କଲେ। ହାତ ଉଠାଇବାକୁ କହିଲେ ହାତ ଉଠାଇଲେ, ଗୋଡ ଉଠାଇବାକୁ କହିଲେ ଗୋଡ ଉଠାଇଲେ। ଡାକ୍ତର ରୋଗୀ ପାଖକୁ ଆସିବା ପର୍ଯ୍ୟନ୍ତ ମୁଁ ଏହି ଗୀତ ବଜାଇବା ଜାରି ରଖିଥିଲି।

ତେବେ ଏହା ପ୍ରଥମ ଘଟଣା ନୁହେଁ, ୨୦୧୭ରେ ବିଟ୍ରେନ୍‌ରେ ଜଣେ ୭ବର୍ଷୀୟ ଶିଶୁ ଏକ ସପ୍ତାହ ହେବ କୋମରେ ପଡ଼ିଥିଲା। ତା’ର ମା’ ଯେତେବେଳେ ଶିଶୁୀ ପସନ୍ଦର ଗୀତ ଗାଇଥିଲେ ସେ କୋମାରୁ ଉଠିପଡ଼ିଥିଲେ।

ସମ୍ବନ୍ଧିତ ଖବର