ଚର୍ଚ୍ଚାରେ ଫେବ୍ରୁଆରି ୧୪ ଆକ୍ରମଣରୁ ବର୍ତ୍ତି ଯାଇଥିବା ସେନା ଅଧିକାରୀ, ଦିବ୍ୟାଙ୍ଗ ବାଳକକୁ ନିଜ ପିଲା ପରି ହାତରେ ଖୁଆଇବା ବେଳର ଭିଡିଓ ଭାଇରାଲ୍‌

ଶ୍ରୀନଗର: କଶ୍ମୀରର ଜଣେ ଶିଖ୍‌ ସେନା ଅଧିକାରୀଙ୍କ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଅଧିକାରୀ ଜଣକ ଜଣେ ଦିବ୍ୟାଙ୍ଗ ବାଳକକୁ ନିଜ ହାତରେ ଖୁଆଇ ଦେଉଥିବା ବେଳର ଏହି ଭିଡିଓଟି ବେଶ୍‌ ଚର୍ଚ୍ଚା ପାଲଟିଛି।

 

ଭିଡିଓଟିକୁ ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଇଣ୍ଡିଆ ଟୁଡେ’ ର ସାମ୍ବାଦିକ ଅଭିଷେକ ଭଲ୍ଲା ଟ୍ଵିଟ୍‌ କରିବା ପରେ ତାହା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ସେ ଭିଡିଓଟିକୁ ସେୟାର୍‌ କରି ଲେଖିଛନ୍ତି ‘ଗତ ଫେବ୍ରୁଆରି ୧୪ ତାରିଖରେ ଆକ୍ରମଣ ହୋଇଥିବା ସିଆର୍‌ିଏଫ୍‌ ଗାଡ଼ିଗୁଡ଼ିକ ଭିତରୁ ଗୋଟିଏ ଗାଡ଼ି ଇକବାଲ୍‌ ସିଂହ ଚଳାଉଥିଲେ। ସେ ଉକ୍ତ ଆକ୍ରମଣରେ ନିଜର ୪୦ ଜଣ ସହଯୋଗୀଙ୍କୁ ହରାଇ ବସିଲେ ମାତ୍ର ତାଙ୍କର ମାନବିକତା ହରାଇ ନାହାନ୍ତି। ଜଣେ ଦିବ୍ୟାଙ୍ଗ ବାଳକକୁ ଏପରି ଖୁଆଉଛନ୍ତି ଯେପରି ସେ ତାଙ୍କ ନିଜ ଛୁଆ। ଏହା ହେଉଛି ସତ ଭଲପାଇବା ଓ ମଣିଷପଣିଆ।’

 

ସମ୍ବନ୍ଧିତ ଖବର