େଓ୍ଵଲିଙ୍ଗଟନ୍: ନ୍ୟୁଜିଲ୍ୟାଣ୍ଡର ଜଣେ ମାଛ ଧରାଳି ସମୁଦ୍ରର କିଛି ଦୂରରେ ଏକ କଣ୍ଢେଇ ଭାସୁଥିବାର ଦେଖିବାକୁ ପାଇଥିଲେ। ତେବେ ପାଖକୁ ଯାଇ ମାଛଧରାଳି ଯେଉଁ ଦୃଶ୍ୟ ଦେଖିଥିଲେ ତାଙ୍କ ପାଦତଳୁ ମାଟି ଖସିଗଲା ଭଳି ଲାଗିଥିଲା। କାରଣ ସେ ଯାହାକୁ କଣ୍ଢେଇ ବୋଲି ଭାବୁଥିଲେ ବାସ୍ତବରେ ତାହା ୧୮ମାସର ଶିଶୁ ଥିଲା। ଯିଏକି କେତେବେଳେ ବି ସମୁଦ୍ର ଭିତରରେ ବୁଡ଼ି ଯିବାର ସମ୍ଭାବନା ରହିଥିଲା। ମାଛ ଧରାଳି ସଙ୍ଗେସଙ୍ଗେ ଉକ୍ତ ଶିଶୁଟିକୁ ପାଣିରୁ ଉଦ୍ଧାର କରି ନେଇଥିଲା। ଫଳରେ ସୌଭାଗ୍ୟବଶତଃ ଶିଶୁର ଜୀବନ ବର୍ତ୍ତି ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମାଛଧରାଳି ନାମ ଗ୍ୟୁସ୍ ହଟ ବୋଲି ଜଣାପଡ଼ିଛି। ସେ ଅକ୍ଟୋବର ୨୬ ତାରିଖ ସକାଳ ପ୍ରାୟ ସାଢ଼େ ସାତଟାରେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲା। ସମୁଦ୍ରରେ ଜାଲ ବିଛାଇବା ସମୟରେ କିଛି ଦୂରରେ ଏକ ପୋର୍ସଲିନ୍ର କଣ୍ଢେଇ ଭାସୁ ଥିବାର ସେ ଦେଖିବାକୁ ପାଇଥିଲା। ଏହି ସମୟରେ ତାଙ୍କୁ କିଛି ଶବ୍ଦ ଶୁଣିବାକୁ ମିଳିଥିଲା, ସେ ପାଖକୁ ଯାଇ ଯାହା ଦେଖିଥିଲେ ସ୍ତବ୍ଧ ହୋଇ ରହି ଯାଇଥିଲେ। କାରଣ ତାହା ଥିଲା ଏକ ଶିଶୁ।
ସୂଚନାଯୋଗ୍ୟ, ମଟାଟା ବିଚରେ ଶିଶୁର ପରିବାର ରହୁଥିଲେ ।୧୮ ମାସର ଏହି ଶିଶୁ ପରିବାର ରହୁଥିବା ତମ୍ବୁରୁ ବାହାରି ସମୁଦ୍ରକୁ ଚାଲି ଯାଇଥିଲା। ଶିଶୁକୁ ଏଭଳି ବଞ୍ଚାଇବା କୌଣସି ଚମତ୍କାରଠାରୁ କମ୍ ନୁହେଁ।