ବିବାହ ଖର୍ଚ୍ଚ ଉପରେ କଡ଼ା ନଜର ରଖିବେ ସରକାର !
ବିବାହ ପାଇଁ ତିଆରି ହେବ ଏକ ସ୍ୱତନ୍ତ୍ର ପଲିସି, ନଷ୍ଟ ହେବନି ଖାଦ୍ୟ, ରୋକିହେବ ଅଯଥା ଖର୍ଚ୍ଚ
ଆଜିକାଲି ଲୋକେ ଖୁବ ଧୁମଧାମ୍ରେ ଓ ଆଡ଼ମ୍ବର ସହକାରେ ନିଜର ପିଲାମାନଙ୍କର ବିବାହ କରାଉଛନ୍ତି । ପାଣି ପରି ଟଙ୍କା ଖର୍ଚ୍ଚ କରିବା ପାଇଁ ପଛାଉ ନାହାନ୍ତି । ଅତିଥିଚର୍ଚ୍ଚାରେ କୌଣସି କମି ରହୁ ବୋଲି ଚାହୁଁନାହାନ୍ତି । ହେଲେ ସମସ୍ତେ ଜାଣିଥିବେ କିଛି ଲୋକ ବିବାହ ଉତ୍ସବରେ ଦରକାର ଠାରୁ ଅଧିକ ଖର୍ଚ୍ଚ କରନ୍ତି । ଖାଦ୍ୟ ଠାରୁ ଅନ୍ୟ ସାମଗ୍ରୀ ନଷ୍ଟ ହେବାର ମଧ୍ୟ ନଜିର ରହିଛି । କିନ୍ତୁ ଏବେ ବିବାହ ଖର୍ଚ୍ଚ ଉପରେ ମଧ୍ୟ ନଜର ରଖିବେ ସରକାର ।
Sambad is now on WhatsApp
Join and get latest news updates delivered to you via WhatsApp
ବିବାହ ପାଇଁ ଏକ ସ୍ୱତନ୍ତ୍ର ପଲିସି ତିଆରି ନେଇ ବିଚାର କରିବା ଉଚିତ୍ ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ଯଦ୍ୱାରା ବିବାହରେ ହେଉଥିବା ଅଯଥା ଖର୍ଚ୍ଚକୁ ରୋକାଯାଇପାରିବ । ସରକାରଙ୍କ ତରଫରୁ କ’ଣ କ’ଣ ଯୋଜନା ରହିଛି ଏ ସମ୍ବନ୍ଧରେ ଯୋଜନା ମଧ୍ୟ ଉପସ୍ଥାପନ କରିଛନ୍ତି । ବିବାହରେ ଆସୁଥିବା ଅତିଥିଙ୍କ ସଂଖ୍ୟାକୁ ସିମୀତ କରାଯାଇପାରିବ ବୋଲି ମତ ରଖିଛନ୍ତି ଦିଲ୍ଲୀ ମୁଖ୍ୟ ଶାସନ ସଚିବ । ଏହାବ୍ୟତୀତ ଫୁଡ଼୍ ସେଫ୍ଟି ଓ ଷ୍ଟାଣ୍ଡାର୍ଡ଼ ଆକ୍ଟ ଅନୁସାରେ ବେସାହାରା ଲୋକଙ୍କୁ ବଳକା ଖାଦ୍ୟ ଯୋଗାଇ ପାଇଁ ସହ ଏନଜିଓ ସହ ଡିଲ୍ କରିପାରିବେ ।
ଅନେକ ବିବାହରେ ଖାଦ୍ୟ ନଷ୍ଟ ହୁଏ । ଏପରି କଲେ ଏନଜିଓ ସହ ଡିଲ କରି ବେସାହାରା ଲୋକଙ୍କ ପାଖକୁ ଖାଦ୍ୟ ପଠାଯାଇପାରିବ । ଯଦ୍ୱାରା ଆଉ ଖାଦ୍ୟ ନଷ୍ଟ ହେବ ନାହିଁ । ଅନ୍ୟପଟେ ଦିଲ୍ଲୀ ସକରାର ବିବାହରେ ବ୍ୟବହାର ହେଉଥିବାର ଖାଦ୍ୟ ଓ ପାଣିର ଗୁଣବତ୍ତା ଉପରେ ମଧ୍ୟ ଚିନ୍ତା ଜାହିର କରିଛନ୍ତି । ଏପରି ସମାରୋହରେ ପରଷା ଯାଉଥିବା ଖାଦ୍ୟ ସାମଗ୍ରୀର ଗୁଣବତ୍ତାର ନୀରିକ୍ଷଣର ମଧ୍ୟ ବ୍ୟବସ୍ଥା ହେବା ଦରକାର । ତେବେ କୋର୍ଟ ଆଗାମୀ ୬ ସପ୍ତାହ ମଧ୍ୟରେ ଏହି ମାମଲାର ପିଲିସି ପ୍ରସ୍ତୁତ କରିବା ପାଇଁ କହିଛନ୍ତି ।