ଜର୍ଜିଆ ନର୍ସିଂହୋମ୍‌ରେ ପୂର୍ବତନ ମଡେଲଙ୍କୁ ଜିଅନ୍ତା ଖାଇଗଲେ ଶହ ଶହ ପରଭୋଜୀ କୀଟ

ଜର୍ଜିଆରେ ଥିବା ଏକ ନର୍ସିଂହୋମ୍‌ରେ ଦଖଲ କରାଯାଇଥିବା ପୂର୍ବତନ ମଡେଲ ରେବେକା ଜେନିଙ୍କୁ ଜିଅନ୍ତା ଖାଇ ଯାଇଛନ୍ତି ପରଭୋଜୀ କୀଟ। ଜେନିଙ୍କ ଦେହରେ କୁଣ୍ଡିଆ ହୋଇ ବିସର୍ପି ଯାଇଥିଲା। ତାଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିଛି ଯେ ଚୋପା ଛାଡୁଥିବା ଏହି କୁଣ୍ଡିଆ ଯୋଗୁଁ ସେପ୍ଟିସେମିଆ ବା ରକ୍ତସଂକ୍ରମଣ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି।

ଖବର ଅନୁସାରେ, ନର୍ସିଂହୋମ୍‌ରେ କୁଣ୍ଡିଆ ବ୍ୟାପୁଥିବା କଥା ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଜଣାଇ ଦିଆ ଯାଇଥିଲେ ମଧ୍ୟ ସେମାନେ ନର୍ସିଂହୋମ୍‌ରେ କୌଣସି ତଦନ୍ତ କିଂବା ଯାଞ୍ଚ କରି ନ ଥିଲେ।

ରୋଗ ନିୟନ୍ତ୍ରଣ ଏବଂ ପ୍ରତିଷେଧକ କେନ୍ଦ୍ର କହିବା ଅନୁସାରେ, ଟିଙ୍କ ଜାତୀୟ ଏକ ଅତି କ୍ଷୁଦ୍ର କୀଟ ଯୋଗୁଁ କୁଣ୍ଡିଆ ବ୍ୟାପୀଥାଏ। କେବଳ ଅଣୁବିକ୍ଷଣ ଯନ୍ତ୍ରରେ ଦେଖି ହେଉଥିବା ଏହି କୀଟ ଚର୍ମର ବାହ୍ୟସ୍ତର ମଧ୍ୟରେ ଗାତ କରି ପ୍ରବେଶ କରି ସେଠାରେ ଡିମ୍ବ ଦିଏ।

ଡିମେନ୍‌ସିଆ ଭୋଗୁଥିବା ଜେନିଙ୍କୁ ୨୦୧୦ରେ ତାଙ୍କ ଝିଅ ନର୍ସିଂହୋମ୍‌ରେ ଦାଖଲ କରିଥିଲେ। ଏବେ ତାଙ୍କ ପରିବାର ସେ ନର୍ସିଂହୋମ୍‌ ଚଳାଉଥିବା ପ୍ରୁଇଟ୍‌ ହେଲ୍‌ଥ୍‌ ବିରୋଧରେ ମୋକଦ୍ଦମା କରିଛନ୍ତି।

ଜେନିଙ୍କ ବ୍ୟବଚ୍ଛେଦ ରିପୋଟ୍‌ ଦେଖିଥିବା ଜଣେ ଫୋରେନ୍‌ସିକ୍‌ ପାଥୋଲଜିଷ୍ଟ୍‍ କହନ୍ତି ଯେ ମୃତ୍ୟୁ ସମୟରେ ତାଙ୍କ ଦେହ ମଧ୍ୟରେ ନିୟୁତ ନିୟୁତ ସଂଖ୍ୟକ କୀଟ ଗହ୍ଵର କରି ପ୍ରବେଶ କରିଥିଲେ। ସେ ବଡ଼ ଯନ୍ତ୍ରଣାଦାୟକ ମୃତ୍ୟୁ ପାଇଥିବା ମନେହୁଏ। ଏହା ନିଶ୍ଚୟ ଏକ ଅବହେଳାଜନିତ ମୃତ୍ୟୁ ବୋଲି ମୁଁ କହିବି।

ସମ୍ବନ୍ଧିତ ଖବର