ଚିର ସବୁଜ ସିନେମା ‘ଶୋଲେ’ ର ମୁଖ୍ୟ ଖଳନାୟକର ନାଆଁ ଥିଲା ଗବ୍ବର ସିଂହ। ଏହି ଚରିତ୍ରରେ ଅଭିନୟ କରିଥିଲେ ଅମ୍ଜାଦ୍ ଖାନ୍। ଏହି ଚରିତ୍ରରେ ଅଭିନୟ କରିଥିଲେ ଅମ୍ଜାନ୍ ଖାନ୍। ଏହି ସିନେମାରେ ଗବ୍ବର ସିଂହ ଭୂମିକା ନିଭାଇବା ପରେ ଅମଜାଦ୍ ଖାନ୍ ରାତାରାତି ଷ୍ଟାର୍ ହୋଇଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଆପଣ ଜାଣନ୍ତି କି ପ୍ରକୃତରେ ମଧ୍ୟପ୍ରଦେଶର ଗ୍ଵାଲିଅର୍ ରେ ଥିଲା ଗବ୍ବର ନାମକ ଜଣେ ଡାକୁ।
‘ଶୋଲେ’ ର ଲେଖକ ଥିଲେ ସଲିମ୍-ଜାଭେଦ୍। ସଲିମ୍ ଖାନ୍ଙ୍କ ପିତା ମଧ୍ୟପ୍ରଦେଶର ପୁଲିସରେ ଚାକିରି କରୁଥିଲେ। ଅନେକ ସମୟରେ ପିତାଙ୍କ ଠାରୁ କୁଖ୍ୟାତ ଡାକୁ ଗବ୍ବର ସିଂହ ବିଷୟରେ ଶୁଣିବାକୁ ପାଉଥିଲେ।
‘ଶୋଲେ’ ଫିଲ୍ମର କାହାଣୀ ପ୍ରସ୍ତୁତି ବେଳେ ହିଁ ସଲିମ୍ ଖାନ୍ ଡାକୁ ଗବ୍ବର ସିଂହ କଥା ଜାଭେଦ୍ ଅଖତରଙ୍କୁ ବଖାଣିଥିଲେ। ସେଇଠୁଁ ସେ ଦୁହେଁ ଗବ୍ବର ସିଂହର ଏକ କାଳ୍ପନିକ ଚିତ୍ର ପ୍ରସ୍ତୁତ କରିଥିଲେ।
ଗ୍ଵାଲିଅର୍ର ପାହାଡିଆ ଅଞ୍ଚଳରେ ପ୍ରକୃତ ଡାକୁ ଗବ୍ବର ସିଂହର ରାଜ୍ ଚାଲିଥିଲା। ସେଠାରେ ଗୋଟିଏ କଥା ପ୍ରଚଳିତ ଥିଲା। ତାହା ହେଲା-‘ଉପର୍ ଈଶ୍ୱର,ଔର୍ ବିଚ୍ ମେଁ ଗବ୍ବର ଭୈୟା, ଇନ୍ସେ ପତି ରଖିୟୋ ଶୀତଲ୍ ମୈୟା। ଏହା ଡାକୁ ଗବ୍ବର ସିଂହର ପ୍ରସିଦ୍ଧ ସଂଳାପ ଥିଲା।
ପଚାଶ ଦଶକରେ ଚମ୍ବଲରେ ୫୦-୫୦ କୋଶ ଦୂର ଯାଏଁ ଏହି ଡକାୟତରେ କାରନାମା ଚର୍ଚ୍ଚିତ ଥିଲା। ଏହି ଡାକୁ ଗବ୍ବର ସିଂହ ଲୋକଙ୍କର ନାକ କାଟି ଦେଉଥିଲା। କୁହାଯାଏ ଯେ ପ୍ରକୃତ ଡାକୁ ଗବ୍ବର ସିଂହ କେତେବେଳେ ରୁଟି ପାଇଁ ତ ପୁଣି କେତେବେଳେ ଦୁଧ ପାଇଁ ତ ପୁଣି କେତେବେଳେ ଶତ୍ରୁତା ପାଇଁ ତ ପୁଣି ଶୀତଲ ମାତାଙ୍କୁ ଭେଟି ଦେବା ପାଇଁ ଗବ୍ବର ସିଂହ ନାକ କାଟୁଥିଲା। ଏହି ଡାକୁ ଗବ୍ବର ସିଂହ ଆତଙ୍କ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁ ମଧ୍ୟ ଚିନ୍ତିତ ଥିଲେ।