ଭାରତର ପ୍ରଥମ ସମଲିଙ୍ଗୀ ମ୍ୟାରେଜ ବ୍ୟୁରୋ ଆରମ୍ଭ କଲେ ଉର୍ବି

ନୂଆଦିଲ୍ଲୀ : ଦୁନିଆରେ ସମସ୍ତଙ୍କର ନିଜ ମନ ପସନ୍ଦର ସାଥୀ ବାଛିବାର ଅଧିକାର ରହିଛି । ତେବେ ଏଥିପାଇଁ ସମସ୍ତଙ୍କର ପସନ୍ଦ ଭିନ୍ନ ଭିନ୍ନ ରହିଥାଏ । ଏଣୁ ସମଲିଙ୍ଗୀ ବ୍ୟକ୍ତିଙ୍କୁ ମଧ୍ୟ ସମାଜରେ ସମ୍ମାନର ସହିତ ବିବାହ କରି ଚଳିବାର ଅଧିକାର ରହିଛି । ଏହି ଦିଗ ପ୍ରତି ଭାରତରେ ପ୍ରଥମ ଥର ପାଇଁ ପାଦ ବଢ଼ାଇଛନ୍ତି ଅହମ୍ମଦାବାଦର ୨୪ ବର୍ଷିୟ ଉର୍ବି ଶାହା । ସେ ଭାରତରେ ପ୍ରଥମ ସମଲିଙ୍ଗୀ ମ୍ୟାରେଜ ବ୍ୟୁରୋ ଆରମ୍ଭ କରିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ଟି ସମଲିଙ୍ଗୀ ବିବାହ କରାଇ ସାରିଛନ୍ତି ।

YourStory

ଭାରତରେ ସମଲିଙ୍ଗୀ ବିବାହ ସହ ଜଡ଼ିତ କିଛି ଆଇନ ନ ଥିବା ବେଳେ ଏଠାରେ ନିଜର ଦାୟିତ୍ୱରେ ହିଁ ବିବାହ କରିବାକୁ ପଡ଼ିଥାଏ । ତେବେ ଏହି ଦିଗରେ ଉର୍ବିଙ୍କର “ଆରେଞ୍ଜ ଗେ ମ୍ୟାରେଜ ବ୍ୟୁରୋ” ବହୁତ ଭଲ ପଦକ୍ଷେପ ଉଠାଇଛି । ସେମାନେ ଖାଲି ସମଲିଙ୍ଗୀଙ୍କର ବିବାହ କରିନଥାନ୍ତି ବରଂ ତାଙ୍କର ପରିବାର ଲୋକଙ୍କୁ ମଧ୍ୟ ଏହି ବିବାହ ପାଇଁ ରାଜି କରାଇବାକୁ ଉଦ୍ୟମ କରିଥାନ୍ତି । ବ୍ୟୁରୋ ପାଖରେ ଉଚିତ ଯୋଡ଼ି ପ୍ରସ୍ତୁତ କରିବା ପାଇଁ ଏକ ସଂପୂର୍ଣ୍ଣ ଟିମ୍‌ ରହିଛି । ଏହି ଟିମ୍‌ ସ୍ୱତନ୍ତ୍ର ଭାବେ ତାଙ୍କ ଗ୍ରାହକଙ୍କ ପସନ୍ଦ ଉପରେ ଧ୍ୟାନ ରଖିଥାଏ ।

punjabkesari

ଉର୍ବି ଡ଼େଭଲପମେଣ୍ଟ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆରୁ ଡ଼େଭଲପମେଣ୍ଟ ବିଷୟରେ ସ୍ନାତକ ପାସ କରିଛନ୍ତି । ଉର୍ବି ନିଜର ଜଣେ ସାଙ୍ଗଙ୍କ ସହିତ ମିଶି ଏହି ମ୍ୟାରେଜ ବ୍ୟୁରୋକୁ ୨୩ ବର୍ଷ ବୟସରେ ଆରମ୍ଭ କରିଥିଲେ । ପ୍ରଥମେ ସେ ତାଙ୍କ ବ୍ୟୁରୋର ପଞ୍ଜିକରଣ ଆମେରିକାର ଚିକାଗୋରେ କରିଥିଲେ । ପରେ ତାଙ୍କ ପାଠ ପଢ଼ା ଶେଷ ହେବା ସହ ସେ ଏହାକୁ ପୁଣି ସିକନ୍ଦରାବାଦରେ ପଞ୍ଜିକୃତ କରିଥିଲେ । ଉର୍ବି ଏହା ଦ୍ୱାରା ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଚାହୁଁଛନ୍ତି ।

ସମ୍ବନ୍ଧିତ ଖବର