ଚଳିତ ମାସ ଶେଷ ସୁଦ୍ଧା ନିଜ ବ୍ୟାଙ୍କ ଖାତାରେ ରଖନ୍ତୁ ସର୍ବନିମ୍ନ ରାଶି ୩୪୨ଟଙ୍କା, ମିଳିବ ଅନେକ ସୁବିଧା, ନ ହେଲେ ହୋଇପାରେ କ୍ଷତି!

କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା’ ଏବଂ ‘ସୁରକ୍ଷାବୀମା’ ଯୋଜନାରେ ଇନସୁରାନ୍‌ସ ସୁବିଧା ମିଳିଥାଏ । ତେଣୁ ଯଦି ଆପଣ ଚଳିତ ମାସ ଶେଷ ପର୍ଯ୍ୟନ୍ତ ନିଜ ବ୍ୟାଙ୍କ ଖାତାରେ ସର୍ବନିମ୍ନ ରାଶି ୩୪୨ଟଙ୍କା ରଖିବେ, ତେବେ ଏହାର ସୁବିଧା ଆପଣ ପାଇପାରିବେ। ମୁଖ୍ୟତଃ ଯେଉଁମାନେ ଏହି ଦୁଇଟି ଯୋଜନାରେ ପଞ୍ଜୀକୃତ ହୋଇଥିବେ ସେମାନଙ୍କୁ ଏହାର ସୁବିଧା ମିଳିବ ବୋଲି ସୂଚନା ମିଳିଛି।

କାରଣ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଓ ସୁରକ୍ଷା ବୀମା ଯୋଜନା ଦୁଇଟିର ବାର୍ଷିକ ପ୍ରିମିୟମ ରାଶି ମେ ମାସ ଶେଷରେ ହିଁ କଟିଥାଏ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାର ବାର୍ଷିକ ପ୍ରିମିୟମ ୩୩୦ ଟଙ୍କା ଥିବାବେଳେ ସୁରକ୍ଷା ବୀମା ଯୋଜନାର ବାର୍ଷିକ ପ୍ରିମିୟମ ୧୨ଟଙ୍କା ଆପଣଙ୍କ ଜମା ଖାତାରୁ କଟିଥାଏ। ତେବେ ସର୍ବମୋଟ ୩୨୪ଟଙ୍କାର ପ୍ରିମିୟମ ରାଶି ବାର୍ଷିକ ମେ ମାସ ଶେଷରେ ହିଁ କଟିଥାଏ। ଏହାଦ୍ୱାରା ଆପଣ ପାଖାପାଖି ୪ଲକ୍ଷ ଟଙ୍କାର ଇନ୍‌ସ୍ୟୁରାନ୍‌ସ ପାଇପାରିବେ ବୋଲି କେନ୍ଦ୍ର ସରକାର ପୂର୍ବ ର୍ନିଦ୍ଧାରଣ କରିଛନ୍ତି ।

ତେଣୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ରାଶି ୩୪୨ଟଙ୍କା ରଖି ଏହାର ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ୧୮ ବର୍ଷ ବୟସରୁ ୫୦ ବର୍ଷ ବୟସର ଲୋକମାନେ ପଞ୍ଜୀକୃତ ହୋଇପାରିବେ। ୫୫ବର୍ଷ ହେବାମାତ୍ରେ ଆପଣଙ୍କୁ ଏହାର ବୀମାରାଶି ୨ଲକ୍ଷ ଟଙ୍କା ମଳିଯିବ। ଯଦି ପଞ୍ଜିକୃତ ହୋଇଥିବା ବ୍ୟକ୍ତିଙ୍କର କୌଣସି କାରଣରୁ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ତୁରନ୍ତ ୨ ଲକ୍ଷ ଟଙ୍କାର ବୀମା ରାଶି ମିଳିଯିବ। ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୧୮ରୁ ୭୦ ବର୍ଷ ବୟସର ଲୋକମାନେ ଏହାର ଲାଭ ନେଇ ପାରିବେ। ବାର୍ଷିକ ପ୍ରିମିୟମ ୧୨ଟଙ୍କା ପୈଠ କରିବାକୁ ହେବ। ଯଦି ଜମାକାରୀଙ୍କ ମୃତ୍ୟୁ ହୁଏ ୨ଲକ୍ଷ ଏବଂ ଦୁର୍ଘଟଣାରେ ବିକଳାଙ୍ଗ ହୋଇଗଲେ ଆପଣଙ୍କ ପରିବାରକୁ ମଳିବ ୧ଲକ୍ଷ ଟଙ୍କାର ଇନ୍‌ସ୍ୟୁରାନ୍‌ସ ରାଶି। ତେବେ ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଖାତାରେ ମେ ମାସ ଶେଷ ସୁଦ୍ଧା ୩୪୨ ଟଙ୍କା ସର୍ବନିମ୍ନ ରାଶି ଜମା ରଖିବାକୁ ପଡିବ।

ସମ୍ବନ୍ଧିତ ଖବର