ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଦଘାଟନୀ ଉତ୍ସବ ବିଜ୍ଞାପନ ପାଇଁ ୨.୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି

ଅହମ୍ମଦାବାଦ : ପୁଣି ଚର୍ଚ୍ଚାରେ ଷ୍ଟାଚ୍ୟୁ ଅଫ୍ ୟୁନିଟି  । ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ଉଦଘାଟନ ସମାରୋହ ପାଇଁ ବିଜ୍ଞାପନ ବାବଦକୁ ୨.୬୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ସୂଚନା ଅଧିକାର ଆଇନ ମଗାଯାଇଥିବା ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ମୁମ୍ବାଇର ସୂଚନା ଅଧିକାର କର୍ମୀ ଜତିନ ଦେଶାଇ ଏହି ପ୍ରତିମାର ଉଦଘାଟନ ସମାରୋହରେ ବିଜ୍ଞାପନ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଆରଟିଆଇ ମାଧ୍ୟମରେ ଏହାର ତଥ୍ୟ ମାଗିଥିଲେ । ଏହାର ଉତ୍ତରରେ ଜାନୁଆରୀ ୯ରେ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ଏହି ସମାରୋହରେ ବିଜ୍ଞାପନ ବାବଦକୁ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମକୁ ୨ କୋଟି ୬୨ ଲକ୍ଷ ୪୮ ହଜାର ୪୬୩ ଟଙ୍କା ଓ ପ୍ରିଣ୍ଟ ମିଡିଆରେ ବିଜ୍ଞାପନ ଦେବା ବାବଦକୁ ୧ ଲକ୍ଷ ୬୮ ହଜାର ୪୧୫ ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି ।

ଯତୀନ ଦେଶାଇ କହିଛନ୍ତି, ଏହି ଖର୍ଚ୍ଚକୁ ଉଦଘାଟନ ସମାରୋହ ଖର୍ଚ୍ଚରେ ସାମିଲ କରିନାହାନ୍ତି ସରକାର । ଏହାଛଡା ଗଣମାଧ୍ୟମକୁ ଛାଡିଦେଲେ ଅନ୍ୟ ବିଜ୍ଞାପନ ବାବଦକୁ ହୋଇଥିବା ଖର୍ଚ୍ଚର ହିସାବ  ଉପଲବ୍ଧ ନାହିଁ । ଏତେ ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରିବାକୁ ନାପସନ୍ଦ କରିଛନ୍ତି ଯତୀନ ।

୩୧ ଅକ୍ଟୋବର ୨୦୧୮ରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ପୂରା ବିଶ୍ୱର ସବୁଠାରୁ  ବଡ ମୂର୍ତ୍ତି ଭାବେ ମାନ୍ୟତା ପାଇଛି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମତିଥିରେ ଏହାର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସମ୍ବନ୍ଧିତ ଖବର