ଏଣିକି ବିବାହରେ ବାଣ ଫୁଟାଇଲେ ବର ଓ ତା’ର ବାପାକୁ ଯିବାକୁ ପଡ଼ିପାରେ ଜେଲ୍‌

ନୋଏଡା: ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦୀପାବଳୀ ପୂର୍ବରୁ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇ ଥିଲେ। ଏବେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ବରଯାତ୍ରୀ ବିଭିନ୍ନ ପ୍ରକାର ବାଣଫୁଟାଇ ରୋସଣୀ କରି କନ୍ୟା ଘରେ ପହଞ୍ଚି ଥାଆନ୍ତି। ତେବେ ନୂଆ ନିୟମ ଅନୁଯାୟୀ, ଏଣିକି ବିବାହ ଉତ୍ସବରେ ବାଣଫୁଟାଇଲେ ଜେଲ ଯିବାକୁ ପଡ଼ିପାରେ। ବିବାହ ଉତ୍ସବରେ କେବଳ ଇକୋ-ଫ୍ରେଣ୍ଡଲି ବାଣକୁ ହିଁ ଅନୁମତି ମିଳିବ।

ନୋଏଡାରେ ବଢୁଥିବା ପ୍ରଦୂଷଣକୁ ଦେଖି ପ୍ରଶାସନ ଏହି ଦିଗରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବରଯାତ୍ରୀ ଧରି ଆସୁଥିବାବେଳେ ବାଣ ଫୁଟାଇଲେ, ବର ଓ ତାଙ୍କ ପିତା ଉଭୟଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ । ଦିଲ୍ଲୀ ନୋଏଡାରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ନୋଏଡା ପ୍ରଶାସନ ନିୟମକୁ କଠୋର କରିଛି ।

ବିଭିନ୍ନ ସମୟରେ ବିବାହରେ ହେଉଥିବା ବାଣଫୁଟାକୁ ନେଇ ଅଭିଯୋଗ ଆସିଥାଏ। ଯାହାକୁ ନେଇ ନୋଏଡା ଡିଏମ ଏହି ପ୍ରସଙ୍ଗକୁ ଉଠାଇବା ସହ ଏହା ଉପରେ ରୋକ ଲଗାଯିବାକୁ କହିଛନ୍ତି । ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଟି ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର