ଏଣ୍ଡୁଅ ଭଳି ଏହି ବିଲେଇ ବି ବଦଳାଇ ଥାଏ ରଙ୍ଗ ! ତା’ ଶରୀରରେ ଅଛି ହିନ୍ଦୁ, ଶିଖ୍‌ ଓ ମୁସଲମାନ ସଂପ୍ରଦାୟର ଧାର୍ମିକ ଚିହ୍ନ

ଅହମଦାବାଦ: ଏଣ୍ଡୁଅ ରଙ୍ଗ ବଦଳାଇ ଥାଏ ବୋଲି ସାଧାରଣତଃ ଆମେ ଜାଣିଛେ। ସେ ଯେଉଁସ୍ଥାନରେ ବସିଥାଏ ସେହିଭଳି ରଙ୍ଗରେ ନିଜ ଶରୀରର ରଙ୍ଗକୁ ବଦଳାଇ ଦେଇଥାଏ। ତେବେ ଏଭଳି ରଙ୍ଗ ବଦଳାଉଥିବା କୌଣସି ବିଲେଇ ବିଷୟରେ ଆପଣ କେବେ ଶୁଣିଛନ୍ତି ଯିଏକି ଏଣ୍ଡୁଅ ଭିଳି ରଙ୍ଗ ବଦଳାଇ ଥାଏ।

ଗୁଜୁରାଟର ଅଙ୍କଲେଶ୍ୱର ଶିବଦର୍ଶନ କଲୋନିରେ ରହୁଥିବା କିଶୋର ଗାୟକଓ୍ଵାଡ ପରିବାରଙ୍କ ପାଖରେ ଏକ ବିଲେଇ ଅଛି। କେବଳ ଏତିିକି ନୁହେଁ ଏଇ ବିଲେଇ ଶରୀରରେ ତ୍ରିଶୁଳ, ଗଦା, ଶିଖ୍‌ ଓ ମୁସଲମାନ୍‌ ସମୁଦାୟର କିଛି ଧାର୍ମିକ ଚିହ୍ନ ବି ଲେଖା ହୋଇଥିବା ଦେଖିବାକୁ ମିଳୁଛି।

ଗୁଜୁରାଟର ଅଙ୍କଲେଶ୍ୱର ଶିବଦର୍ଶନ କଲୋନିରେ ରହୁଥିବା କିଶୋର ଗାୟକଓ୍ଵାଡ କହନ୍ତି, ୨୦୧୩ ମସିହାରେ ସେ ମୁମ୍ବାଇ ଯାଇଥିଲେ। ସେଠାରେ ଏକ ମନ୍ଦିରେ ଭଗବାନଙ୍କ ଦର୍ଶନ କରୁଥିବା ସମୟରେ ସେ ଦେଖିବାକୁ ପାଇଲେ କିଛି ପିଲା ଏକ ବିଲେଇକୁ ପଥରରେ ମାରୁଛନ୍ତି। କିଶୋର ପିଲାଙ୍କ ପଥର ମାଡ କବଳରୁ ସେହି ବିଲେଇକୁ ଉଦ୍ଧାର କରି ଘରକୁ ନେଇ ଆସିଥିଲେ। ଘରକୁ ଆଣିବା ପରେ ଜଣିବାକୁ ପାଇଲେ କି ଏହି ବିଲେଇ ଅନ୍ୟ ବିଲେଇଙ୍କ ଭଳି ସାଧାରଣ ନୁହେଁ। କାରଣ ଏହି ବିଲେଇ ରଙ୍ଗ ବଦଳାଉଥିବା ଦେଖିବାକୁ ପାଇଥିଲେ କିଶୋର। କେବଳ ଏତିକି ନୁହେଁ, ତାର ଶରୀରରେ କେବେ ହିନ୍ଦୁ, ଶିଖ୍‌ ଓ ମୁସଲିମ୍‌ ଧର୍ମର ଚିହ୍ନ ହେଉଥିବା ବି ଦେଖିବାକୁ ମିଳିଲା।

ଏହି ବିଲେଇ ସମ୍ପର୍କରେ ଖବର ପାଇବା ପରେ ଏହାକୁ ଦେଖିବା ଓ କିଣିବା ପାଇଁ ଲୋକଙ୍କ ବହୁ ଧାଡ଼ି ଲାଗିଥିଲା। କିନ୍ତୁ କିଶୋର ଏହି ବିଲେଇକୁ ବିକିବା ପାଇଁ ମନା କରି ଦେଇଥିଲେ। ବିଲେଇ କିଣିବା ପାଇଁ ଲୋକମାନେ ୫୫କୋଟି ଟଙ୍କାର ମୂଲ୍ୟ ଲଗାଇଥିବା ଶୁଣିବାକୁ ମିଳିଥିଲା। ସକାଳେ ବିଲେଇ ଶରୀର ରଙ୍ଗ ଧୂସର ରହିଥାଏ। ଦିନ ତିନିଟା ଓ ଚାରିଟା ସମୟରେ ରଙ୍ଗ ହଲକା ହଳଦୀ ହୋଇଥାଏ । ସନ୍ଧ୍ୟାରେ ଲାଲରଙ୍ଗ ଭଳି ଦିଶୁଥାଏ ଏବଂ ରାତିରେ ହଲକା କଳା ଦେଖା ଯାଇଥାଏ।

 

ସମ୍ବନ୍ଧିତ ଖବର