ଟ୍ରେନ୍‌ ୮ଘଣ୍ଟା ବିଳମ୍ବରେ ଆସିବ ଶୁଣି ରେଳଧାରଣାରେ ଏପରି ନୃତ୍ୟ କଲେ ଯୁବତୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ହରିୟାଣାର ଏକ  ରେଳ ଷ୍ଟେସନ୍‌ ନିକଟରେ ଧାରଣା ଉପରେ ଜଣେ ଯୁବତୀ ନୃତ୍ୟ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଟି ହରିୟାଣାସ୍ଥିତ ଏକ ଗ୍ରାମର । ଯେଉଁଠାରେ ରେଳ ଫାଟକ ଦେଇ କିଛି ଗାଡ଼ି ଯିବା ଆସିବା କରୁଛି ତ କିଛି ଲୋକ ଷ୍ଟେସନ୍‌ ସାମ୍ନାରେ ଛିଡା ହୋଇ ଟ୍ରେନ୍‌ର ଅପେକ୍ଷା କରି ରହିଛନ୍ତି। ଏହି ସମୟରେ ଭିଡିଓରେ ନଜର ଆସୁଥିବା ଯୁବତୀ ଜାଣିବାକୁ ପାଇଲେ ଟ୍ରେନ୍‌ ୮ଘଣ୍ଟା ବିଳମ୍ବରେ ଆସିବ। କେହି କିଛି ବୁଝିବା ପୂର୍ବରୁ ସେ ରେଳ ଧାରଣା ମଝିକୁ ଚାଲି ଯାଇ ହରିୟାଣୀ ଗୀତରେ ନୃତ୍ୟ କରିବାରେ ଲାଗିଥିଲେ। ଯାହାକୁ ଦେଖି ସେଠାରେ ଛିଡା ହୋଇଥିବା କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ତ ଆଉ କେହି ଏହି ଦୃଶ୍ୟକୁ କ୍ୟାମେରାରେ କୈଦ୍‌ କରି ନେଇଥିଲେ।

ଏହି ଭିଡିଓକୁ ୟୁଟୁବରେ ମ୍ୟାନା ମ୍ୟୁଜିକ୍‌ ନାମକ ଏକ ଚାନେଲ ୨୦୧୮ ଏପ୍ରିଲ ୧୯ ତାରିଖରେ ଅପଲୋଡ କରିଥିଲେ। ଏହା ଏବେ ସୋସିଆଲ ମିଡିଆରେ ଭଇରାଲ ହୋଇଛି।

ସମ୍ବନ୍ଧିତ ଖବର