ଏପରି ଏକ କମ୍ପାନି ଯେଉଁଠାରେ ବିବାହ ଏବଂ ଗର୍ଭବତୀ ହେବା ପାଇଁ ଅନୁମତି ନେବାକୁ ପଡ଼େ

ନୂଆଦିଲ୍ଲୀ: ବିବାହ କରିବା ଏବଂ ଗର୍ଭବତୀ ହେବା ସବୁ ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ବର୍ତ୍ତମାନ କିନ୍ତୁ ଜାପାନରେ ଏକ ଅଦ୍ଭୁତ ନିୟମ ଦେଖିବା ପାଇଁ ମିଳିଛି। ଜଣେ ମହିଳା କମ୍ପାନି ମୁଖ୍ୟଙ୍କ ବିନା ଅନୁମତିରେ ଗର୍ଭବତୀ ହୋଇଯିବାରୁ ତାଙ୍କୁ ଚାକିରି ଛାଡ଼ିବା ପାଇଁ ଆଦେଶ ମିଳିଛି। ଏ ବିଷୟରେ ମହିଳାଙ୍କ ସ୍ୱାମୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଆସନ୍ତୁ ଜାଣିବା କ’ଣ ରହିଛି ସଂପୂର୍ଣ୍ଣ ଖବର ।

thespruce.com

ପୋଷ୍ଟ ଅନୁଯାୟୀ, ମହିଳା ଜଣକ ଚାଇଲ୍ଡ କେୟାରରେ କାର୍ଯ୍ୟରତ ଅଛନ୍ତି । ଏଠାରେ ବିବାହ ଏବଂ ଗର୍ଭବତୀ ହେବା ପାଇଁ କମ୍ପାନୀର ମୁଖ୍ୟଙ୍କ ଅନୁମତି ନେବା ପଡ଼ିଥାଏ । କିନ୍ତୁ ମହିଳା ଜଣଙ୍କ ବିନା କୌଣସି ଅନୁମତିରେ ଗର୍ଭବତୀ ହୋଇଥିବାରୁ ତାଙ୍କୁ ଅନେକ ପ୍ରକାରର ଅପଶବ୍ଦ ଶୁଣିବା ପାଇଁ ପଡ଼ୁଛି । ଏହା ସହ ତାଙ୍କୁ କମ୍ପାନୀର ନିୟମ ଭାଙ୍ଗିବା ଅଭିଯୋଗରେ ଚାକିରିରୁ ବାହାର କରାଯିବାର ଖବର ରହିଛି । କମ୍ପାନି ନିୟମ ଅନୁଯାୟୀ, କାର୍ଯ୍ୟରତ ଥିବା କର୍ମଚାରୀଙ୍କ ସ୍ତର ହିସାବରେ ତାଙ୍କୁ ବିବାହ ଏବଂ ଗର୍ଭବତୀ ହେବାର ଅନୁମତି ରହିଛି । ଯଦି କୌଣସି ନିମ୍ନସ୍ତରର କର୍ମଚାରୀ ଉଚ୍ଚ କର୍ମଚାରୀଙ୍କ ପୂର୍ବରୁ ବିବାହ କିମ୍ବା ଗର୍ଭବତୀ ହୋଇଥାନ୍ତି ତାଙ୍କୁ ଚାକିରି ଛାଡ଼ିବା ପାଇଁ ପଡ଼ିଥାଏ ।

ସମ୍ବନ୍ଧିତ ଖବର