ସକାଳୁ ଉଠି ବିଛଣା ଉପରେ ବସି ପଢ଼ନ୍ତୁ ଏହି ଶ୍ଳୋକ; ଶୁଭମୟ ହେବ ଦିନ

ସାଧାରଣତଃ ଆମେମାନେ ସମସ୍ତେ ଗାଧୋଇ ସାରି ଠାକୁର ପୂଜା କରିବା ସମୟରେ ଶ୍ଳୋକ ଗାନ କରିବାକୁ ଉଚିତ ମଣିଥାଉ। କେହି କେହି ସାଂଧ୍ୟ ପୂଜା ସମୟରେ ବି ଶ୍ଳୋକ ପଢ଼ିଥାନ୍ତି। ମାତ୍ର ଆପଣ ବିନା ଗାଧୁଆ ଓ ବିନା ମୁହଁ ଧୋଇବି ପଢ଼ି ପାରିବା ପରି ଏକ ଶ୍ଳୋକଟିଏ ରହିଛି।

ଶ୍ଳୋକଟି ହେଉଛି ‘କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ, କରମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମଃ’। ଏହାର ଅର୍ଥ ହେଉଛି, ପାପୁଲିର ଅଗ୍ର ଭାଗରେ ଲକ୍ଷ୍ମୀ ବସନ୍ତି, ପାପୁଲିର ମଧ୍ୟେ ଭାଗେ ସରସ୍ୱତୀ ବାସ କରନ୍ତି ଓ କର ମୂଳେ ଗୋବିନ୍ଦ। ସକାଳୁ ସମୟରେ ଏହି ତିନି ଜଣ ଦର୍ଶନ ଦିଅନ୍ତୁ ବୋଲି ଭକ୍ତ ପ୍ରର୍ଥନା କରିଥାନ୍ତି।

ସକାଳୁ ନିଦ ଭାଙ୍ଗିବା ମାତ୍ରେ ନିଜର ଦୁଇ ପାପୁଲିକୁ ଖୋଲା କରି ବସିପଡ଼ନ୍ତୁ। ଦୁଇ ପାପୁଲିକୁ ଦେଖି ଏହି ଶ୍ଳୋକ ଗାନ କରନ୍ତୁ। ଶ୍ଳୋକ ଗାନ ପରେ ଏହି ତିିନି ଠାକୁରଙ୍କୁ ସ୍ମରଣ କରି ହାତ ଯୋଡ଼ନ୍ତୁ।

ଦେଖିବେ ଏହି ପରି କରି ଯଦି ଆପଣ ନିଜ ଦିନ ଆରମ୍ଭ କରିବେ ତେବେ ଦିନଟି ଶୁଭମୟ ହେବ। ସବୁ କାର୍ଯ୍ୟରେ ମଙ୍ଗଳ ଘଟିବ। ସଫଳତା ଆପଣଙ୍କ ପାଖରେ ପହଞ୍ଚିବ।

ସମ୍ବନ୍ଧିତ ଖବର