କାମ ନକରିବାକୁ ଚତୁର ଘୋଡ଼ାର ଅଜବ ବାହାନା; ପଶୁଟିଏ ବି କରିପାରେ ଏପରି ଅଭିନୟ! ଭିଡିଓ ଦେଖି ହସି ହସି ବେଦମ୍‌ ହୋଇଯିବେ

ନୂଆଦିଲ୍ଲୀ: କଥାରେ ଅଛି ଜଣେ ଅଳସୁଆକୁ ଯେତେ ବି ଚେଷ୍ଟା କରିଲେ ଆପଣ କର୍ମଠ କରାଇ ପାରିବେ ନାହିଁ। ଏହି କଥାଟି କେବଳ ମଣିଷ ନୁହେଁ ବରଂ ଜୀବଯନ୍ତୁଙ୍କ କ୍ଷେତ୍ରରେ ବି ପ୍ରଯୁଜ୍ୟ। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ଏକ ଭିଡିଓ। ଭିଡିଓରେ ଦେଖିବାକୁ ମିଳିଛି ଯେ ଅଳସୁଆ ଘୋଡ଼ାଟିର ପିଠିରେ ଯେତେବେଳେ କେହି ବସୁଛନ୍ତି ଘୋଡ଼ାଟି ବାହାନା କରି ତଳେ ପଡ଼ି ଯାଉଛି। ଜିଭକୁ ଆଗକୁ କାଢ଼ି ମରିଯିବା ପରି ଅଭିନୟ କରୁଛି।

ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏହି ଭିଡିଓଟିକୁ ଦେଖିବା ପରେ ଅନେକ ଲୋକ ହସି ହସି ବେଦମ୍‌ ହେଉଛନ୍ତି। ଘୋଡ଼ାଟିର ମିଛ ବାହାନା ଦେଖି ଲୋକେ ମଜ୍ଜା ନେବାରେ ଲାଗିଛନ୍ତି। ଏବେ ସୁଦ୍ଧା ଏହି ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ୨ କୋଟିରୁ ଊର୍ଧ୍ୱ ଲୋକ ଦେଖି ସାରିଲେଣି। ୧ ମିନିଟ୍‌ ୩୨ ସେକେଣ୍ଡ୍‌ର ଏହି ଭିଡିଓରେ ଘୋଡ଼ାଟି ଜବର୍‌ଦସ୍ତ ଅଭିନୟ କରୁଥିବାର ଦେଖିବାକୁ ମିଳିଛି।

ଯେତେବେଳେ ଘୋଡ଼ା ଉପରେ କେହି ବସିବାକୁ ଯାଆନ୍ତି ସେ ଏପରି ଅଭିନୟ କରିଥାଏ। ଏହି ଘୋଡ଼ାର ମାଲିଙ୍କ କହିବା ଅନୁସାରେ ଘୋଡ଼ାଟିର କୌଣସି ରୋଗ ନାହିଁ। ଗୋଡ଼ରେ ବି କିଛି ସମସ୍ୟା ନାହିଁ। ଘୋଡ଼ାଟି କାମ ଚୋର ହୋଇଥିବାରୁ ସେ ସବୁବେଳେ ଏମିତି ବାହାନା କରିଥାଏ କୁଆଡ଼େ ଯିବନାହିଁ ବୋଲି।

ଏହି ଭିଡିଓଟିକୁ ଏବେ ସୁଦ୍ଧା ୬ ଲକ୍ଷ ଲୋକ ସେୟାର୍‌ କରି ସାରିଲେଣି। ଘୋଡ଼ାଟି ଅଭିନୟ କରି ଖାଲି ପଡ଼ିଯାଉନାହିଁ। ବରଂ ଗୋଡ଼କୁ ମୋଡ଼ି, ଜିଭ କାଢ଼ି ଅବିକଳ ମରିଯିବା ପରି ଅଭିନୟ କରୁଛି। ଏହି ଚତୁର ଘୋଡ଼ାଟିର ଭିଡିିଓକୁ ବହୁ ଲୋକ ପସନ୍ଦ କରିବାରେ ଲାଗିଛନ୍ତି। କେଉଁ ପଶୁ ବି ଏତେ ଅଳସୁଆ ହୋଇପାରନ୍ତି ଘୋଡ଼ାଟିକୁ ଦେଖିବା ପରେ ହିଁ ଯାଇ କେହି ବିଶ୍ୱାସ କରିପାରିବେ!

ସମ୍ବନ୍ଧିତ ଖବର