କେବଳ ଅଭିନନ୍ଦନ ନୁହନ୍ତି, ତାଙ୍କ ପତ୍ନୀ ମଧ୍ୟ ବାୟୁସେନାର ଜଣେ ସ୍କ୍ଵାଡର୍ନ ଲିଡର, ସ୍କୁଲ-କଲେଜରେ ଏକା ସାଙ୍ଗରେ ପଢ଼ିବା ପରେ କରିଥିଲେ ପ୍ରେମ ବିବାହ

ନୂଆଦିଲ୍ଲୀ : ଏଫ୍‌-୧୬ ଭଳି ଲଢ଼ୁଆ ବିମାନଙ୍କୁ ହରାଇ ନିଜର ପରାକ୍ରମ ଦେଖାଇବା ପରେ ସାରା ଭାରତରେ ହିରୋ ପାଲଟି ଯାଇଛନ୍ତି ଉଇଙ୍ଗ କମାଣ୍ଡର ଅଭିନନ୍ଦନ । ଏବେ ଚାରି ଆଡ଼େ ତାଙ୍କ ଗୁଣ ଗାନ କରୁଛନ୍ତି ଲୋକେ । ତାଙ୍କ ସାହାସ ଏବଂ ଦେଶ ପ୍ରତି ତାଙ୍କର ଭଲ ପାଇବା ଅନ୍ୟକୁ ଅନୁପ୍ରାଣିତ କରିଛି । ତେବେ ତାଙ୍କର ଏଭଳି ପରାକ୍ରମ ଦେଖାଇବାର ସାହାସ ତାଙ୍କ ପରିବାରରୁ ହିଁ ଆସିଛି  । କେବଳ ସେ ନୁହନ୍ତି ତାଙ୍କ ପତ୍ନୀ ଏବଂ ତାଙ୍କ ବାପା ମଧ୍ୟ ବାୟୁସେନାରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ପାଇଲଟ୍‌ ଅଭିନନ୍ଦନଙ୍କ ପତ୍ନୀ ତନ୍‌ବୀ ବାୟୁସେନାରେ ସ୍କ୍ଵାଡର୍ନ ଲିଡର ଭାବେ କାର୍ଯ୍ୟରତ । ଦୁହେଁ ସ୍କୁଲରେ ଏକା ସାଙ୍ଗରେ ପଢ଼ିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ସ୍କୁଲ ସରିବା ପରେ ଦୁହେଁ ଏକା ସାଙ୍ଗରେ ମାଇକ୍ରୋବାୟୋଲୋଜି ପଢ଼ିଥିବା ବେଳେ ପରେ ଦୁହେଁ ବିବାହ କରି ନେଇଥିଲେ । ଏବେ ଅଭିନନ୍ଦନ ଏବଂ ତନ୍‌ବୀଙ୍କର ଦୁଇଟି ସନ୍ତାନ ଥିବା ଜଣାପଡ଼ିଛି । ଅଭିନନ୍ଦନଙ୍କ ଜନ୍ମ ଜୁନ୍‌ ୨୧, ୧୯୮୩ରେ ।

WikiBio

ଅଭିନନ୍ଦନଙ୍କ  ବାପା ସିଂହକୁଟ୍ଟୀ ବର୍ତମାନ ମଧ୍ୟ ଜଣେ ପାଇଲଟ୍‌ । ୫ବର୍ଷ ତଳୁ ସେ ଅବସର ଗ୍ରହଣ କରି ସାରିଥିବା ସହ ସେ ମଧ୍ୟ ମିଗ୍‌-୨୧ ବିମାନ ଉଡ଼ାଇଥିଲେ ବୋଲି ଜଣାପଡ଼ିଛି । କାର୍‌ଗିଲ୍‌ ଯୁଦ୍ଧ ସମୟରେ ଅଭିନନ୍ଦନଙ୍କ ବାପା ମିରେଜ୍‌ ସ୍କ୍ଵାଡର୍ନର ମୁଖ୍ୟ ଅପରେସନ୍‌ ଅଫିସର ଥିଲେ । କେବଳ ତାଙ୍କ ବାପା ନୁହନ୍ତି, ଅଭିନନ୍ଦନଙ୍କ ଜେଜେ ମା’ ମଧ୍ୟ ବାୟୁସେନାରେ କାର୍ଯ୍ୟରତ ଥିଲେ।

ସମ୍ବନ୍ଧିତ ଖବର