ବରକୁ ଯୌତୁକରେ ୨୧ଟି ଜିଅନ୍ତା ସାପ ଦେଲେ କନ୍ୟାପିତା, ଜାଣନ୍ତୁ ଏହା ପଛର କାରଣ

ଭୋପାଲ : ବିବାହ ସମୟରେ କନ୍ୟା ପକ୍ଷରୁ ଦିଆଯାଉଥିବା ଯୌତୁକକୁ ବେଆଇନ୍‌ ଘୋଷଣା କରାଯାଇ ସାରିଥିଲେ ମଧ୍ୟ ଆଜି ବି ଦେଶର ଅନେକ ସ୍ଥାନରେ ଏହି ପ୍ରଥା ଚାଲୁ ରହିଛି । ଶିକ୍ଷିତ ହୋଇ ମଧ୍ୟ ଲୋକମାନେ ନିଜ ଲୋଭକୁ ନିୟନ୍ତ୍ରଣରେ ରଖି ପାରୁ ନାହାନ୍ତି । ଯେଉଁଥି ପାଇଁ ଅନେକ ଅପରାଧ ମଧ୍ୟ ହେଉଛି । ତେବେ ବିବାହ ସମୟରେ ବାପ ଘର ଲେକେ ବ୍ୟବହାର ଉପଯୋଗୀ ଜିନିଷ ଯୌତୁକରେ ଦେଉଥିବା ବେଳେ ମଧ୍ୟପ୍ରଦେଶରେ ଠିକ୍‌ ଓଲଟା ଘଟିଛି ।

The Indian Telegraph

ମଧ୍ୟପ୍ରଦେଶରେ ଥିବା ଗୋରିଆ ସଂପ୍ରଦାୟରେ ଯୌତୁକକୁ ନେଇ ଏକ ଅଜବ ପ୍ରଥା ରହିଛି । ବିବାହ ସମୟରେ କନ୍ୟାପକ୍ଷ ଯୌତୁକରେ ବରପକ୍ଷକୁ ଜିଅନ୍ତା ସାପ ଦେଇଥାନ୍ତି । କିଛି ଦିନ ତଳେ ଗୋରିଆ ସଂପ୍ରଦାୟରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା । ଯେଉଁଠି କନ୍ୟା ପିତା ବରକୁ ୨୧ଟି ଜିଅନ୍ତା ସାପ ଯୌତୁକରେ ଦେଇଥିଲେ । ଜିଅନ୍ତା ସାପ ଯୌତୁକରେ ଦେଲେ ସ୍ୱାମୀ-ସ୍ତ୍ରୀଙ୍କ ସଂପର୍କରେ ପବିତ୍ରତା ରହେ ବୋଲି ବିଶ୍ୱାସ କରି ସେମାନେ ଏପରି କରିଥାନ୍ତି ।

ସମ୍ବନ୍ଧିତ ଖବର