ଜାଣନ୍ତୁ କେଉଁ ସ୍ଥିତିରେ ଟ୍ରେନ ଟିକେଟ କ୍ୟାନସେଲ କଲେ ରିଫଣ୍ଡ ଆଧାରରେ କୌଣସି ଟଙ୍କା ମିଳିନଥାଏ

ବେଳେବେଳେ କୌଣସି ନା କୌଣସି କାରଣରୁ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ କାଟିଥିବା ଟ୍ରେନ୍‌ ଟିକେଟ୍‌କୁ କ୍ୟାନସେଲ କରିବାକୁ ପଡିଥାଏ। ତେବେ ରେଳଯାତ୍ରୀଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ ଯେ, ଟିକେଟ କ୍ୟାନସଲ କଲେ ରିଫଣ୍ଡ ମିଳିବ କି ନାହିଁ। ତେବେ ଟିକେଟ କ୍ୟାନସଲ କରିବା ପରେ ରିଫଣ୍ଡ ପାଇବା ଅନେକ କାରଣ ଉପରେ ନିର୍ଭର କରିଥାଏ। ଜାଣନ୍ତୁ କେଉଁ ସ୍ଥିତିରେ ଟ୍ରେନ ଟିକେଟ କ୍ୟାନସଲ କଲେ ରିଫଣ୍ଡ ଆଧାରରେ କୌଣସି ଟଙ୍କା ମିଳିନଥାଏ।

ତତ୍କାଳ ଟିକେଟ୍‌ : ଆପଣ ଯାତ୍ରା କରିବାର ଗୋଟିଏ ଦିନ ପୂର୍ବରୁ ତତ୍କାଳ ଟିକେଟ ବୁକ୍‌ କରିପାରିବେ। ଯଦି ଆପଣଙ୍କ ପାଖରେ କନଫର୍ମ ତତ୍କାଳ ଟିକେଟ୍‌ ଅଛି ଏବଂ ଆପଣ ଏହାକୁ କ୍ୟାନସଲ୍‌ କରିବା ପାଇଁ ଚାହୁଁଛନ୍ତି ତେବେ ଏହି କ୍ଷେତ୍ରରେ ଆପଣଙ୍କୁ କୌଣସି ରିଫଣ୍ଡ ମିଳିବ ନାହିଁ।

କନଫର୍ମ ଟିକେଟ୍‌ : ଟ୍ରେନ ଆସିବାର ଚାରି ଘଣ୍ଟା ପୂର୍ବରୁ ଯଦି ଆପଣ ଆପଣଙ୍କ କନଫର୍ମ ଟିକେଟ୍‌ କ୍ୟାନସଲ୍‌ କରିନାହାନ୍ତି ଏବଂ ଟିଟିଆଇ କିମ୍ବା ଡିପୋଜିଟ୍‌ ରିସିଟ୍‌ ଫାଇଲ କରିନାହାନ୍ତି ତେବେ ଆପଣଙ୍କୁ କୌଣସି ରିଫଣ୍ଡ ମିଳିବ ନାହିଁ।

ଆରଏସି ଇ-ଟିକେଟ୍‌ : ଯଦି ଆପଣଙ୍କ ପାଖରେ ଆରଏସି ଇ-ଟିକେଟ୍‌ ଅଛି କିନ୍ତୁ ଟ୍ରେନ ଛାଡିବାର ଅଧ ଘଣ୍ଟା ପୂର୍ବରୁ ଆପଣ ଏହାକୁ କ୍ୟାନସଲ କରିନାହାନ୍ତି ତେବେ ଆପଣଙ୍କୁ କୌଣସି ରିଫଣ୍ଡ ମିଳିବ ନାହିଁ।

ୱେଟିଙ୍ଗ ସହ ଆଇ-ଟିକେଟ୍‌ : ଟ୍ରେନର ସିଡ୍ୟୁଲ୍‌ ଡିପାର୍ଚରରୁ ୩୦ ମିନିଟ୍‌ ପୂର୍ବରୁ କମ୍ପ୍ୟୁଟରାଇଜଡ୍‌ ପ୍ୟାସେଞ୍ଜର ରିଜର୍ଭେସନ ସିଷ୍ଟମ କାଉଣ୍ଟରରୁ ଆଇ-ଟିକେଟ୍‌ କ୍ୟାନସଲ କରାଯାଇପାରିବ । ଏହା ପରେ କୌଣସି ରିଫଣ୍ଡ ମିଳିନଥାଏ।

ପ୍ରିମିୟମ୍‌ ସ୍ପେଶାଲ ଟ୍ରେନରେ ବୁକିଂ : ପ୍ରିମିୟମ୍‌ ସ୍ପେଶାଲ ଟ୍ରେନ ଗୁଡିକ ପାଇଁ ଆଇଆରସିଟିସି ନିୟମ ଅନୁଯାୟୀ, କନଫର୍ମ କିମ୍ବା ଆରଏସି ଟିକେଟ୍‌ କ୍ୟାନସଲ କରିବାର ଅନୁମତି ନାହିଁ। ଟିକେଟ କ୍ୟାନସଲ ହୋଇପାରିବ ଯେତେବେଳେ ଟ୍ରେନ ବାତିଲ ହେବ।

ସମ୍ବନ୍ଧିତ ଖବର