‘A’ ହେଉଛନ୍ତି ‘B’ର ବାପା, କିନ୍ତୁ ‘B’ ‘A’ର ପୁଅ ନୁହେଁ; କହିଲେ ଏହା କିପରି ସମ୍ଭବ?

ପୂର୍ବରୁ ଅନେକ ରିଡିଲ୍‌ ପଜଲ୍‌ ଆମେ ଖେଳି ସାରିଛେ। ମଜା ମଜା ପ୍ରଶ୍ନର କୌତୂକିଆ ଉତ୍ତର ବି ପାଇଛେ। ସେ ସବୁ ମନୋରଞ୍ଜନ କରାଇବା ସହ ଆମ ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ସହାୟ ହୋଇଛି ବୋଲି ଆପଣ ହୁଏତ ତାହା ଅସ୍ୱୀକାର କରିବେ ନାହିଁ। କେତେକ ପ୍ରଶ୍ନ ଆମେ ପଚାରିଛୁ। ତାହାର ଠିକ୍‌ ଉତ୍ତର ବି ଆପଣମାନେ ଦେଇଛନ୍ତି। କେତେକ ପ୍ରଶ୍ନର ଉତ୍ତର ଆଖି ସାମ୍ନାରେ ଥାଇ ବି ଆମକୁ ଦିଶେ ନାହିଁ। ଏହି ପରି ଖେଳ ଦ୍ୱାରା ଆମେ ଆମ ମସ୍ତିଷ୍କକୁ ଚଳଚଞ୍ଚଳ କରିପାରିବା। ଚାଲନ୍ତୁ ଆଜି ସେହିପରି ଆଉ ଏକ ଖେଳ ଖେଳିବା।

ଏବେ ଆପଣଙ୍କ ପାଇଁ ପ୍ରଶ୍ନ ‘A’ ହେଉଛନ୍ତି ‘B’ର ବାପା, କିନ୍ତୁ ‘B’ ‘A’ର ପୁଅ ନୁହେଁ କିନ୍ତୁ ତାହା କିପରି ସମ୍ଭବ?

ଉତ୍ତର: ଏତେ ଛୋଟ କଥାରେ ମସ୍ତିଷ୍କକୁ ଏତେ ଜୋର୍‌ ଦେବା କ’ଣ ଦରକାର? ଉତ୍ତର ତ ଖୁବ୍‌ ସହଜ। ଖାଲି କ’ଣ ଜଣେ ପୁଅର ହିଁ ବାପା ଥାଆନ୍ତି। ଯଦି ‘B’ ‘A’ର ପୁଅ ନୁହଁନ୍ତି ତେବେ ଝିଅ ନିଶ୍ଚୟ।

ସମ୍ବନ୍ଧିତ ଖବର