ଆସନ୍ତୁ ଜାଣିବା ଆଇପିଏଲର ଆରମ୍ଭ କିପରି ହୋଇଥିଲା, କିଏ ଦେଇଥିଲା ଆଇଡ଼ିଆ ?

ଇଣ୍ଡିଆନ୍‌ ପ୍ରିିମିୟର ଲିଗ୍‌ ତଥା ଆଇପିଏଲ ଆଜି ସାରା ବିଶ୍ୱରେ ଏକ ନୂତନ ସ୍ଥାନ ଅଧିକାର କରିଛି। କେବଳ ଭାରତର ଖେଳାଳି ନୁହେଁ ବିଦେଶୀ ଖେଳାଳି ମଧ୍ୟ ଆଇପିଏଲର ଅଂଶ ହେବା ପାଇଁ ଚାହିଁ ବସିଥାଆନ୍ତି। ଆଇପିଏଲ ମ୍ୟାଚରେ କେବଳ ରନ ବର୍ଷା ହୁଏନି ଟଙ୍କା ବର୍ଷା ମଧ୍ୟ ହୁଏ। ପ୍ରଥମ ଆଇପିଏଲ୍‌ ମ୍ୟାଚ ଖେଳାଯାଇଥିଲା ୧୮ ଏପ୍ରିଲରେ। ଏବେ ଆଇପିଏଲ ଜନ୍ମକୁ ୧୦ ବର୍ଷ ପୁରିଲା।

ଆଇପିଏଲ୍‌ ଏକ ଏପରି ପ୍ଲାଟଫର୍ମ ଯାହା ନୂଆ ନୂଆ ଖେଳାଳିଙ୍କୁ ନୂତନ ପରିଚୟ ଦେଉଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଆରମ୍ଭ କରି ୟୁଜବେନ୍ଦ୍ର ଚହଲ ପରି ଖେଳାଳି ଯେଉଁମାନେ ଆଇପିଏଲରେ ଭଲ ପ୍ରଦର୍ଶନ କରି ଟିମ୍‌ ଇଂଣ୍ଡିଆରେ ନିଜର ସ୍ଥାନ ଅଧିକାର କରିବାରେ ସଫଳ ହୋଇପାରିଛନ୍ତି । ଆଇପିଏଲର ଗୋଟିଏ ପରେ ଗୋଟିଏ ସିଜିନ ଖେଳାଯିବା ପରେ ଏହି ଖେଳାଳିଙ୍କ ଆଉ ଅଧିକ ଲୋକପ୍ରିୟ ହେଉଛନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଆଇପିଏଲର ଆରମ୍ଭ କିପରି ହୋଇଥିଲା ? କିଏ ଦେଇଥିଲା ଆଇଡ଼ିଆ ?

 

ସାରା ଦୁନିଆରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଇପିଏଲ ଏବେ ୧୦ ବର୍ଷରେ ପଦାର୍ପଣ କରିଛି। ୧୮ ଏପ୍ରିଲ ୨୦୦୮ରେ ପ୍ରଥମ ଥର ପାଇଁ ଆଇପିଏଲ ମ୍ୟାଚ୍‌ ଖେଳାଯାଇଥିଲା। ଆଉ ସେତେବେଳେ ସାରା ଦୁନିିଆରେ କ୍ରିକେଟର ପ୍ରଶଂସକମାନଙ୍କ ପାଇଁ ଏହି ମ୍ୟାଚ୍‌ ବହୁତ ରୋମାଂଚ ସୃଷ୍ଟି କରୁଥିଲା। ଦୁଇ ଦେଶର ଖେଳାଳି ଯେଉଁଠି ଉଭୟେ ଉଭୟ ଦେଶ ବିରୋଧରେ ଖେଳୁଥିଲେ ସେମାନଙ୍କୁ ଏକାଠି ଖେଳିବାର ସୁଯୋଗ ମିଳିଥିଲା। ଏହାସହ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଜଣେ ଜଣଙ୍କ ବିରୋଧରେ ମଧ୍ୟ ଖେଳ ଖେଳିଲେ।

ଆଇପିଏଲର ଆଇଡ଼ିଆ ଦେଇଥିଲେ ବିସିସିଆଇର ପୂର୍ବ ଅଧ୍ୟକ୍ଷ ଲଳିତ ମୋଦି । ମୋଦି ସେହି ସମୟରେ ଜଣେ ଜଣାଶୁଣା କ୍ରିକେଟ ପ୍ରଶାସକ ଥିଲେ। ଏପରି ଏକ ନିଆରା ପ୍ରୟାସ କରି ସାରା ଦୁନିଆର ଖେଳାଳିଙ୍କୁ ଆଣିବା ପାଇଁ ସେ ଚେଷ୍ଟା କରିଥିଲେ। ଲଳିତ ମୋଦିଙ୍କ ଏହି ଆଇଡ଼ିଆକୁ ତାଙ୍କ ସହଯୋଗୀମାନେ ସମର୍ଥନ ଜଣାଇଥିଲେ । ଆଉ ତା’ପରେ ଆରମ୍ଭ ହେଲା ପ୍ରସ୍ତୁତି । ଲଳିତ ମୋଦି ନିଜେ ଜଣେ ବଡ଼ ବ୍ୟବସାୟୀ । ସେ ଅମ୍ବାନୀ, ର୍ବିଲା ପରି ଧନୀ ଧନୀ ବ୍ୟବସାୟୀଙ୍କୁ ଆଇପିଏଲରେ ଟଙ୍କା ନିବେଶ କରିବା ପାଇଁ କହିିଥିଲେ। ଅନେକ ବିଚାର ବିମର୍ଷ ପରେ ସେମାନେ ଟଙ୍କା ଲଗାଇବା ପାଇଁ ରାଜି ହୋଇଯାଇଥିଲେ। ଆଉ ଆରମ୍ଭ ହୋଇଥିଲା ଆଇପିଏଲ ମ୍ୟାଚ୍‌। ଏବେ ଜାରି ରହିଛି ଆଇପିଏଲର ୧୧ ତମ ସିଜିନ୍‌। ଆଇପିଏଲ ୨୦୧୮ରେ ଏବେ ପର୍ଯ୍ୟନ୍ତ ୧୪ଟି ମୁକାବିଲା ହୋଇସାରିଛି ।

ସମ୍ବନ୍ଧିତ ଖବର