ବ୍ୟାପୁଛି ମାରାତ୍ମକ ଲେପ୍‌ଟୋସ୍ପାୟରେସିସ ରୋଗ, ୨୪ ଘଣ୍ଟା ମଧ୍ୟରେ ଏହା ମଣିଷ ଶରୀରରେ ବ୍ୟାପିବା ସହ ମୃତ୍ୟୁମୁଖକୁ ଠେଲି ଦେଇଥାଏ

ଏବେ ଦେଶରେ ବ୍ୟାପିବାରେ ଲାଗିଛି ମାରାତ୍ମକ ଲେପ୍‌ଟୋସ୍ପାୟରେସିସ ରୋଗ। ଏହି ମାରାତ୍ମକ ରୋଗ ୨୪ ଘଣ୍ଟା ମଧ୍ୟରେ ମଣିଷ ଶରୀରରେ ବ୍ୟାପିଯିବା ସହ ମୃତ୍ୟୁମୁଖକୁ ଠେଲି ଦେଇଥାଏ। ଏହା ଏବେ ମୁମ୍ବାଇରେ ବ୍ୟାପିବାରେ ଲାଗିଛି। ଗୋଟିଏ ପଟେ ଲଗାଣ ବର୍ଷା ମୁମ୍ବାଇବାସୀଙ୍କ ଚିନ୍ତା ବଢାଇ ଥିବା ବେଳେ ଏବେ ମାରାତ୍ମକ ରୋଗ ମୁମ୍ବାଇବାସୀଙ୍କ ନିଦ ହଜାଇ ଦେଇଛି। ଡେଙ୍ଗୁ, ମ୍ୟାଲେରିଆ ଭଳି ଏବେ ଲେପ୍‌ଟୋସ୍ପାୟରେସିସ ରୋଗ ଆତଙ୍କ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଲେପ୍‌ଟୋସ୍ପାୟରେସିସ ରୋଗ ଦ୍ୱାରା ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହା ମୁମ୍ବାଇ ତଥା ଦେଶବାସୀଙ୍କ ଚିନ୍ତା ବଢାଇ ଦେଇଛି।

ଡାକ୍ତରଙ୍କ କହିବା ଅନୁସାରେ, ଲେପ୍‌ଟୋସ୍ପାୟରେସିସ ଏକ ଜୀବାଣୁ ଜନିତ ରୋଗ। ଯାହା ମଣିଷ, ମୂଷା ଓ ପୋଷା ଜୀବଜନ୍ତୁଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ। ଏହି ରୋଗ ମଳ ଓ ମୁତ୍ର ଦ୍ୱାରା ଶରୀରରେ ବ୍ୟାପିଥାଏ। ସୂଚନା ଅନୁଯାୟୀ, ଲେପ୍‌ଟୋସ୍ପାୟରେସିସ ବ୍ୟାକ୍ଟେରିଆ ମଣିଷ ଶରୀରରେ ଥରେ ପ୍ରବେଶ କରିବା ମାତ୍ରେ ୨୪ ଘଣ୍ଟା ମଧ୍ୟରେ ପୂରା ଶରୀରରେ ବ୍ୟାପି ଯାଇଥାଏ। ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ଏହା ମଣିଷ ଶରୀରରେ ବ୍ୟାପିବା ସହ ମୃତ୍ୟୁମୁଖକୁ ଠେଲି ଦେଇଥାଏ।

ଜ୍ୱର, ମୁଣ୍ଡବିନ୍ଧା, ଡାଇରିଆ, ଆଖି ଲାଲ ପଡିଯିବା, ଜଣ୍ଡିସ, ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବା, ଶୀଘ୍ର ଥକିଯିବା ଭଳି ଲକ୍ଷଣ ଏହି ଲେପ୍‌ଟୋସ୍ପାୟରେସିସ ରୋଗରେ ଦେଖା ଦେଇଥାଏ। ସବୁଠାରୁ ବଡ କଥା ହେଲା, ପ୍ରବଳ ବର୍ଷା କାରଣରୁ ଏହି ରୋଗ ବ୍ୟାପିବାର ସମ୍ଭାବନା ଅଧିକ ବଢି ଯାଇଥାଏ। ତେବେ ଏହି ମାରାତ୍ମକ ରୋଗ ଗରମ ଦିନରେ ମଧ୍ୟ ହୋଇଥାଏ। କିନ୍ତୁ ବର୍ଷା ସମୟରେ ଏହି ବ୍ୟାକ୍ଟେରିଆ ଗୁଡିକ ଖୁବଶୀଘ୍ର ବ୍ୟାପି ଯାଇଥାନ୍ତି। ଏହି ମାରାତ୍ମକ ରୋଗ ଆଫ୍ରିକା, ସାଉଥ ଇଷ୍ଟ ଏସିଆ, କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକା ଏବଂ କାରବିଆନ ଦେଶ ଗୁଡିକରେ ଅଧିକ ଦେଖିବାକୁ ମିଳିଥାଏ।

photo by : Free Press Journal

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଲେପ୍‌ଟୋସ୍ପାୟରେସିସ ରୋଗର ଲକ୍ଷଣ ଦେଖାଯାଇଥାଏ ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ସର୍ମ୍ପକ କରନ୍ତୁ। କାରଣ ପ୍ରାଥମିକ ପର୍ଯ୍ୟାୟରେ ଚିକିତ୍ସା କଲେ ଏହି ରୋଗକୁ ଭଲ କରାଯାଇପାରିବ। କିନ୍ତୁ ଥରେ ଏହା ବ୍ୟାପିବା ପରେ ଏହାର ଚିକିତ୍ସା ଜଟିଳ ହୋଇଯାଇଥାଏ। ଡାକ୍ତରଙ୍କ କହିବା ଅନୁଯାୟୀ, ବର୍ଷା ପରେ ପରେ ଏହି ରୋଗ ଅଧିକ ବ୍ୟାପିଥାଏ। ଖାସକରି ମୂଷା ମାନଙ୍କ ଜରିଆରେ ଏହା ବ୍ୟାପିଥାଏ। ତେଣୁ ଏହି ରୋଗରୁ ରକ୍ଷା ପାଇବା ପାଇଁ ଆଖ ପାଖ ଅଞ୍ଚଳ ସଫା ରଖିବା ସହ ଶୁଦ୍ଧ ପାଣି ପିଇବା ଆବଶ୍ୟକ।

ସମ୍ବନ୍ଧିତ ଖବର