ଆଧାର ଲିଙ୍କ୍‌ କରି ଜିତନ୍ତୁ ୧୦ ହଜାର ଟଙ୍କାର ପୁରସ୍କାର!

ସରକାରଙ୍କ ଘୋଷଣା ପରେ ପରେ ଏବେ ଉଭୟ ସରକାରୀ ଓ ବେସରକାରୀ ସେବା ବା ଯୋଜନାର ଲାଭ ଉଠାଇବାକୁ ହେଲେ ଜଣେ ବ୍ୟକ୍ତି ପାଖରେ ଆଧାର କାର୍ଡ ରହିଥିବା ବାଧ୍ୟତାମୂଳକ। ତେବେ ଏଭଳି ନିର୍ଦ୍ଦେଶମାନା ପରେ ଏବେ ଲୋକେ ଆଧାରକୁ ବିଭିନ୍ନ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିବାରେ ପୂରା ଦମରେ ଲାଗି ପଡିଛନ୍ତି। ହେଲେ ଆପଣ ଜାଣି ଖୁସି ହେବେ କି ଆଧାର ଲିଙ୍କ କରିବା ଦ୍ୱାରା ଆପଣ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଜିତିପାରିବେ। ଯଦି ଆପଣ ଆପଣଙ୍କୁର ଆଧାର କାର୍ଡକୁ ଲିଙ୍କ କରନ୍ତି ତେବେ ଆପଣ ପାଖାପାଖି ୧୦ ହଜାର ଟଙ୍କା ରୋଜଗାର କରିପାରିବେ। ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା . . .

ସୂଚନା ଅନୁସାରେ, ଚଳିତବର୍ଷ ଜୁନ୍‌ ମାସ ପୂର୍ବ ହିଁ ନିଜର ଆଧାର ନମ୍ବରକୁ ଆଇଆରସିଟିସି ସହ ଲିଙ୍କ୍‌ କରିବାକୁ ପଡିବ। ଯାହାଦ୍ୱାରା ଆପଣ ୧୦ ହଜାର ଟଙ୍କା ଜିତିବାର ହକଦାର ହୋଇପାରିବେ। ଆଇଆରସିଟିସିକୁ ଆଧାର ସହ ଲିଙ୍କ କରିବା ଦ୍ୱାରା ଆପଣ ପ୍ରତି ମାସ ୧୨ଟି ଟିକେଟ ବୁକ୍‌ କରିପାରିବେ। ଯେଉଁମାନଙ୍କର ଆକାଉଂଟ ଆଧାର ସହ ଲିଙ୍କ ହୋଇନାହିଁ ସେମାନେ କେବଳ ୬ଟି ଟିକେଟ ହିଁ ବୁକ୍‌ କରିପାରିବେ। ଆଇଆରସିଟିସିର ଲକି ଡ୍ର ସ୍କିମରେ ପ୍ରତିମାସର ଦ୍ୱିତୀୟ ସପ୍ତାହରେ ଗୋଟିଏ ଲେଖାଏଁ ଲକି ଡ୍ର ବାହାର କରାଯିବ। ଯାହାକି କମ୍ପ୍ୟୁଟରାଇଜଡ ହେବ। ଏହି ଯୋଜନାରେ ପ୍ରତିମାସ ୫ ଜଣଙ୍କୁ ୧୦ ହଜାର ଟଙ୍କା ଆଇଆରସିଟିସି ଦେବ।

ଭାରତୀୟ ରେଳ ମନ୍ତ୍ରାଳୟ ସୂଚନା ଅନୁସାରେ, ଆଧାର ଲିଙ୍କ କରିବା ପରେ ଯେତେବେଳେ ବି ଆପଣ ଆପଣଙ୍କର ଆଇଆରସିଟିସି ଆକାଉଟରୁ ଟିକେଟ ବୁକ କରିବେ ତେବେ ଆପଣଙ୍କର ପିଏନଆର ନମ୍ବର ଏହି ଯୋଜନାରେ ସାମିଲ ହୋଇଯିବ। ପୁଣି କମ୍ପ୍ୟୁଟର ଜରିଆରେ ପ୍ରତିମାସ ୫ ବିଜେତା ଚୟନ କରାଯିବ। ଯେଉଁ ଯେଉଁ ମାସ ଆପଣ ଟିକେଟ ବୁକିଂ କରିବେ ତାର ଠିକ୍‌ ପରବର୍ତ୍ତି ମାସର ପ୍ରଥମ ସପ୍ତାହରେ ଆପଣଙ୍କୁ ଜଣାପଡିଯିବକି ଆପଣ ଏଥିରେ ଜିତିଛନ୍ତି ନା ହାରିଛନ୍ତି ।

ଏହି ଯୋଜନାରେ ବିଜେତାଙ୍କର ସୂଚନା ଆଇଆରସିଟିସିର ଅଫିସିଆଲ ସାଇଟରେ ଉପଲବ୍ଧ ହେବ। ରେଜିଷ୍ଟର ଇମେଲ ଆଇଡିରେ ଏହି ତଥ୍ୟ ଆଇଆରସିଟିସି ପକ୍ଷରୁ ପ୍ରଦାନ କରାଯିବ। ଏଠାରେ ଆମେ କହି ରଖୁଛୁ କି, ଏହି ଯୋଜନା ଡିସେମ୍ବର ୨୦୧୭ରୁ ଆରମ୍ଭ ହୋଇସାରିଛି ଏବଂ ଚଳିତମାସ ଜୁନ୍‌ ପର୍ଯ୍ୟନ୍ତ ଚାଲୁ ରହିବ।

ସମ୍ବନ୍ଧିତ ଖବର