ପରିବାର ହରାଇଲି, କିନ୍ତୁ ପୁଅକୁ ମଣିଷ କରିବି: ମା’ ଓ ଭଉଣୀଙ୍କୁ ହତ୍ୟା କରିଥିବା ନୋଏଡ଼ା ବାଳକର ବାପା

ନୋଏଡ଼ା: ପତ୍ନୀ ଓ ଝିଅଙ୍କୁ ହତ୍ୟା କଲା ତାଙ୍କ ନିଜ ପୁଅ। କିନ୍ତୁ, ୧୬ ବର୍ଷିୟ ପୁଅକୁ ଭଲ ବାଟକୁ ଆଣିବାକୁ କୌଣସି ପ୍ରକାରର ହେଳା କରୁ ନାହାନ୍ତି ବାପା।

ରାଗବଶତଃ ଗତ ସପ୍ତାହରେ ଗ୍ରେଟର୍‌ ନୋଏଡ଼ାରେ ନିଜ ମାଆ ଓ ଭଉଣୀଙ୍କୁ ହତ୍ୟା କରିଥିବା ବାଳକର ବାପା କହନ୍ତି, ଯେଡ଼େ ଅସୁବିଧା ଆସୁ ପଛକେ ସେ ପୁଅକୁ ପଢ଼ାଇ ତାକୁ ସମାଜରେ ପ୍ରତିଷ୍ଠିତ କରାଇବେ।

ସେ କହନ୍ତି: ମୁଁ ମୋ ପତ୍ନୀ ଓ କନ୍ୟାକୁ ହରାଇଲି। ହତ୍ୟାକାରୀ ମୋ ନିଜ ପୁଅ। ମୁଁ ସବୁ କିଛି ହରାଇଛି। ମୋତେ ସାନ୍ତ୍ୱନା ଦେବାକୁ କେହି ନାହିଁ। ମୋ ପୁଅ ହିଁ ଏବେ ମୋର ଭରସା। ତା’ରି ପାଇଁ ହିଁ ଆଜି ମୁଁ ବଞ୍ଚିଛି। ଜଣେ ବାପା ହିସାବରେ ତାକୁ ମୁଁ ଦୁନିଆରେ ଠିଆ କରାଇବି।

ଶନିବାର ଦିନୁ ସେ ବାଳକକୁ ନୋଏଡ଼ାସ୍ଥିତ ତତ୍ତ୍ୱାବଧାନ ଗୃହରେ ରଖାଯାଇଛି।

ତା’ର ବ୍ୟବସାୟୀ ବାପା କହନ୍ତି, ଜୀବନରେ ବହୁ ଆହ୍ଵାନରେ ସମ୍ମୁଖୀନ ହେବ ତାଙ୍କ ପୁଅ। ଆପଣା ଆବେଗ ସହ ତାକୁ ଲଢ଼ିବାକୁ ପଡ଼ିବ। ପରେ ସେ ସମାଜରୁ ନାନା କୁତ୍ସା ରଟନା ଶୁଣିବ।

ପୁଅ ତାଙ୍କର ଅପରାଧ କରିବା ସହ ନିଜ ଜୀବନକୁ ଛାରଖାର କରି ପକାଇଛି।

ସେ କାନ୍ଦି କାନ୍ଦି କହନ୍ତି: ମୁଁ ଏଯାବତ୍‌ ସେ ଘଟନା ସଂକ୍ରାନ୍ତରେ ତାକୁ କିଛି ପଚାରି ନାହିଁ। ସେ କାନ୍ଦିବାରୁ ତା’ ସହ ହୋଇଥିବା ଭେଟ ବଡ଼ ଆବଗିକ ହୋଇ ଉଠିଲା। ରାଗରେ ସେ ନରହତ୍ୟା କରି ପକାଇଲା। ଏବେ ତା’ର ଆଚରଣ ଶୁଧାରିବା ଆବଶ୍ୟକ ପଡୁଛି।

ପୁଅକୁ ବହିପତ୍ର ଯୋଗାଇ ଦେବା ପାଇଁ ଏବେ ସେ ଆଇନଗତ ବ୍ୟବସ୍ଥା କରାଉଛନ୍ତି ବୋଲି କହିଛନ୍ତି। ଫଳରେ ସେ ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବକୁ ସମର୍ଥ ହେବ।

ପୁଅ ପ୍ରତି କଅଣ ଅସୁବିଧା କରିଛନ୍ତି ବୋଲି ନିଜର ଆତ୍ମ-ସମୀକ୍ଷା କରୁଛନ୍ତି ୪୭ ବର୍ଷିୟ ବାପ। ମୋ ପୁଅ ମେଧାବୀ ଛାତ୍ର ନୁହେଁ। କିନ୍ତୁ ସେ ଭଲ ପଢ଼ାପଢ଼ି କରେ। ଶୃଙ୍ଖଳିତ କରିବାକୁ ମୋ ପତ୍ନୀ ତାକୁ ଗାଳି ଦିଏ। ଏ କଥା ଯୋଗୁଁ ସେ କେବେ ହେଲେ ମୋ ନିକଟରେ ଫେରାଦ ହୋଇ ନାହିଁ କିଂବା ରାଗର ଲକ୍ଷଣ ଦେଖାଇ ନାହିଁ। ମାଆ ସହ ତା’ର ସମ୍ବନ୍ଧ ଥିଲା ଅତି ନିବିଡ଼।

Image Courtesy of Daily Mail

ବାଳକଟି ଭିଡିଓ ଗେମ୍‌ଖୋର୍‌ ହୋଇ ଯାଇଥିବାରୁ ବାପା ତା’ଠାରୁ ଫୋନ୍‌ ନେଇ ଯାଇଥିଲେ। ଏମିତି କଲେ ପଢ଼ାରେ ତା’ର ଧ୍ୟାନ ଲାଗିବ ବୋଲି ସେ ଭାବିଥିଲେ। ଅବଶ୍ୟ ପରେ ସେ ଫୋନ୍‌ଟିକୁ ପୁଅକୁ ଫେରାଇ ଦେଇଥିଲେ।

ସ୍କୁଲ୍‌ରୁ ମଧ୍ୟ ପୁଅ ବିରୋଧରେ ସେ କେବେ କୌଣସି ଅଭିଯୋଗ ପାଇ ନ ଥିଲେ।

ଗୁରୁବାର ଦିନ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ଗୃହରେ ଜଣେ ଶିଶୁ ମନୋସ୍ତତ୍ତ୍ୱବିତ୍‌ ସେ ବାଳକକୁ ୪୦ ମିନିଟ୍‌ କାଳ କାଉନ୍‌ସେଲିଙ୍ଗ୍‌ କରିଥିଲେ।

ସେ ପରିବାର ବିଷୟରେ ଯାହା କହିଥିଲା ସେ କଥା ତା’ର ବାପାଙ୍କୁ ମନୋବିଜ୍ଞାନୀଜଣକ ଜଣାଇବେ। ଅବଶ୍ୟ ସେ ଘଟଣା ବିଷୟରେ ବିଶେଷ କିଛି କହିନାହିଁ। ତା’ର ଆଚାର ବ୍ୟବହାର ଠିକ୍‌ ଅଛି। କିନ୍ତୁ, ଘଟଣା ବର୍ଣ୍ଣନା କଲାବେଳେ ସେ ଭାବାକୁଳ ହୋଇ ଉଠୁଚି। ସେଥିପାଇଁ ଆଉ ଗୋଟିଏ କାଉନ୍‌ସେଲିଙ୍ଗ୍‌ ସେସନ୍‌ ଆବଶ୍ୟକ। ବାଳକର କୌଣସି ମସ୍ତିଷଗତ ବେମାରି ଥିବାର ଜଣାପଡୁନାହିଁ।

ସମ୍ବନ୍ଧିତ ଖବର