ଚା’ ନାମ ଅନୁସାରେ ନାଥନ ରଖିଲେ ନିଜ ନାମ

ନୂଆଦିଲ୍ଲୀ:ଦୁନିଆରେ ସମୟସମୟରେ ବିଭିନ୍ନ ବିଚିତ୍ର ଘଟଣା ମାନ ସାମ୍ନାକୁ ଆସିଥାଏ। ତେବେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ନିଜର ପ୍ରିୟ ଜିନିଷ ନାମରେ ନିଜ ନାମକୁ ବଦଳାଇ ଦେଇଛନ୍ତି । ଏହି ବ୍ୟକ୍ତି ନିତି ପିଉଥିବା ଚା’ର ନାମକୁ ନିଜ ନାମ ସହ ଯୋଡିଛନ୍ତି ଜଣେ ନିଆରା ବ୍ୟକ୍ତି ପାଲଟି ଯାଇଛନ୍ତି ।

ପ୍ରକାଶିତ ତଥ୍ୟ ଅନୁସାରେ , ବ୍ରିଟେନର ନାଥନ ଡେରେକ୍‌ ଗାର୍ନରଙ୍କ ଟି (ଚା’) ପ୍ରତି ରହିଛି ବହୁ ଦୁର୍ବଳାତା। ଏଥିପାଇଁ ସେ ନିଜ ନାମ ମଝିରେ ଯୋଡିଛନ୍ତି ନିଜ ପ୍ରିୟ ଚା’ ୟୋର୍କସାୟର ନାମ । ଅର୍ଥାତ ନିଜ ନାମ ରଖିଛନ୍ତି ନାଥନ ୟୋର୍କସାୟର ଟି ଗାର୍ନର । ନାଥନ ୟୋର୍କସାୟର ଚାହା ନାମରେ ଖୁବ ଚାହାପିଉଥିଲେ । ଆଉ ଏହି ବ୍ରାଣ୍ଡର ଚା’ର ନାମ ଅନୁସାରେ ବଦଳାଇ ଦେଇଛନ୍ତି ନିଜ ନାମକୁ। ଗାର୍ନର ଦିନକୁ ପାଖାପାଖି ୨୦ କପ୍‌ ଚା ପିଅନ୍ତି ।

ନାଥନ ଡେରେକ୍‌ ଗାର୍ନର କୁହନ୍ତି ତାଙ୍କର ଜଣେ ସହକର୍ମୀ ଏ ଧାରଣ ଦେଇଥିଲେ , ନିଜେ ପିଉଥିବା ଚା’ର ନାମକୁ ତାଙ୍କ ନାମ ସହ ଯୋଡି ‘ୟୋର୍କସାୟର ଟି ’ ରଖିବାକୁ କହିଥିଲେ । ଗାର୍ନର ଆଶ୍ଚର୍ଯ୍ୟ ହୋଇଯାଇଥିଲେ , ଯେତେବେଳେ ତାଙ୍କର ଜଣେ କର୍ମଚାରୀ ତାଙ୍କର ଫଟୋ ଟ୍ଵଇଟ କରିବା ସହ , ଲିଗାଲ୍‌ ନେମ ଚେଂଜର ତଥ୍ୟ ଦର୍ଶାଇଥିଲେ ।

ଗାର୍ନର କୁହନ୍ତି , କିଛି ବନ୍ଧୁ ଓ ପରିବାର ଲୋକ ଏହା ଏକ ବୋକାମୀ ବୋଲି କହିଥିଲେ, ଆଉ ହସିଥିଲେ କିନ୍ତୁ ମୋ ମା’ ଚେରିଲଙ୍କୁ ଏହା ବହୁତ ପସନ୍ଦ ଆସିଥିଲା। ମୋର ନୂତନ ନାମକୁ ଶୁଣି ସେ ଜୋରଜୋରରେ ହସିବାକୁ ଲାଗିଥିଲେ।

ଏହି ଅଜବ ଖିଆଲର ଚା’ ପ୍ରିୟ ବ୍ୟକ୍ତି ଏକ କଂକ୍ରିଟ୍‌ ଫ୍ୟାକ୍ଟଟ୍ରିରେ କାମ କରନ୍ତି । ସେ ୧୨ ବର୍ଷ ବୟସରୁ ଏହି ଚା’ ପିଉଛନ୍ତି ବୋଲି କୁହନ୍ତି ନାଥନ ଡେରେକ୍‌ ଗାର୍ନର ଜେଜେ ବାପା । ଏହି ୟୋର୍କସାୟର ଟି ବ୍ରାଣ୍ଡକୁ ତାଙ୍କୁ ଚିହ୍ନେଇ ଥିଲେ। ଆଉ ତାପରେ ସେ ଏହି ଚା ପିଇଥିଲେ ।

ସମ୍ବନ୍ଧିତ ଖବର