ଆମେରିକାର ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳର ନାମ କାହିଁକି ରଖାଯାଇଥିଲା‘ମାର୍ଥା’ ?

ଆମେରିକାର ମେସାଚୁସେଟସ ରାଜ୍ୟର ସୁନ୍ଦର ଦ୍ୱୀପ ହେଉଛି ‘ମାର୍ଥା ଦ୍ୱୀପ’।ଏଠାରେ ଗ୍ରୀଷ୍ମ ଋତୁରେ ମଧ୍ୟ ଥଣ୍ଡା ପବନ ବହେ, ଯେଉଁଥିପାଇଁ ଏଠାକୁ ଏହି ସମୟରେ ବେଶି ସଂଖ୍ୟକ ପର୍ଯ୍ୟଟକଙ୍କର ଆଗମନ ହୋଇଥାଏ।
ନ୍ୟୁ ଇଂଲାଣ୍ଡର କେପୟାର୍ଡ଼ ପର୍ଯ୍ୟାୟ ଦ୍ୱୀପ ବନ୍ଦରାଞ୍ଚଳର ଦକ୍ଷିଣରେ ପ୍ରାୟ ୮୭.୪୮ ବର୍ଗମାଇଲ୍‌ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି ‘ମାର୍ଥା ଦ୍ୱୀପ’।ଏହା ଆମେରିକାର ମେସାଚୁସେଟସ ରାଜ୍ୟର ଏକ ସୁନ୍ଦର ଦ୍ୱୀପ।ଏହାକୁ କୁହାଯାଏ ଧନୀ ଲୋକଙ୍କର ମନପସନ୍ଦ ଠିକଣା। ଗ୍ରୀଷ୍ମଋତୁରେ ଏଠାକୁ ସର୍ବାଧିକ ପର୍ଯ୍ୟଟକମାନଙ୍କର ଆଗମନ ହୋଇଥାଏ।ଆପଣ ଏଠାକୁ ବିମାନ ବା ସାମୁଦ୍ରିକ ଜାହାଜ ଜରିଆରେ ଆସି ପାରିବେ।ଏହା ଏକ ମହଙ୍ଗା ସହର।ଆମେରିକାର ଅନ୍ୟାନ୍ୟ ସହର ତୁଳନାରେ ଏଠାରେ ରହିବାର ଦର ଷାଠିଏ ପ୍ରତିଶତ ଅଧିକ ଏବଂ ଘରର ମୂଲ୍ୟ ୯୬ ପ୍ରତିଶତ ଅଧିକ ବୋଲି କୁହାଯାଇଥାଏ।

‘ମାର୍ଥା’କୁ ପୂର୍ବରୁ ‘ଯେପେ’ନାଆଁରେ ସମସ୍ତେ ଜାଣୁଥିଲେ।ଏହାର ଅର୍ଥ ହେଲା ଜନ୍ଦର ସରୋବରର ମଧ୍ୟ କାବ ପ୍ରଦେଶ। ୧୯୦୨ ମସିହାରେ ଇଂଲଣ୍ଡ ପରିବ୍ରାଜକ ଗୋସ୍‌ନୋଲ୍‌ଡ଼ ଏହି ଦ୍ୱୀପର ନାମ ରଖିଥିଲେ ‘ମାର୍ଥା’।

‘ମାର୍ଥା’କୁ ପୂର୍ବରୁ ‘ଯେପେ’ନାଆଁରେ ସମସ୍ତେ ଜାଣୁଥିଲେ।ଏହାର ଅର୍ଥ ହେଲା ଜନ୍ଦର ସରୋବରର ମଧ୍ୟ କାବ ପ୍ରଦେଶ। ୧୯୦୨ ମସିହାରେ ଇଂଲଣ୍ଡ ପରିବ୍ରାଜକ ଗୋସ୍‌ନୋଲ୍‌ଡ଼ ଏହି ଦ୍ୱୀପର ନାମ ରଖିଥିଲେ ‘ମାର୍ଥା’। ବସନ୍ତ ଓ ଶରତ ଋତୁରେ ଏଠାକାର ଜଳବାୟୁ ସବୁଠୁଁ ଭଲ। ଛୋଟ ଛୋଟ ପାହାଡ଼ ମାନଙ୍କରୁ ଝରଣା ପାଣି ପ୍ରବାହିତ ହୋଇ ମନକୁ ଶାନ୍ତି ଦେଇଥାଏ।ଗ୍ରୀଷ୍ମକାଳରେ ଏଠାକୁ ବିଦେଶୀ ପର୍ଯ୍ୟଟକମାନଙ୍କ ବିଶେଷ ଆଗମନ ହୋଇଥାଏ।ସହରର ଭିଡ଼ଠୁଁ ଏକଦମ୍‌ ଦୂରରେ ସମୁଦ୍ରପତନରେ ଅବସ୍ଥିତ ସମୁଦ୍ର ତଟ ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ପ୍ରଲୁବ୍ଧ କରିଥାଏ।ଏକ ଆକଳନରୁ ଜଣାଯାଇଛି ଯେ ,ଏଠାକୁ ପ୍ରତିଦିନ ପଚିଶି ହଜାରରୁ ଉର୍ଦ୍ଧ୍ୱ ଲୋକ ଆସନ୍ତି।

photo-fodors.com

 

ମେନେମସାଟାଭନ୍‌ ମଧ୍ୟରେ ସୂର୍ଯ୍ୟାସ୍ତର ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ବିମୋହିତ କରିଥାଏ। ସମୁଦ୍ରର ଲହରୀରେ ସୁର୍ପିଙ୍ଗ୍‌ କରିବାର ଆନନ୍ଦ ମଧ୍ୟ ଅବର୍ଣ୍ଣନୀୟ।ଏଥି ପାଇଁ ଓକ୍‌ ବ୍ଲକ୍‌ ସବୁଠୁଁ ଉତ୍କୃଷ୍ଟ।ତେବେ ଗ୍ରୀଷ୍ମ ଋତୁରେ ସାଉଥ୍‌ ବିଚ୍‌ରେ ସର୍ବାଧିକ ପର୍ଯ୍ୟଟକମାନଙ୍କ ଭିଡ଼ ପରିଲିକ୍ଷିତ ହୋଇଥାଏ।ଏହି ସମୁଦ୍ରତଟ ଟିନ୍‌ଏଜ୍‌ରମାନଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। କାରଣ ଏଠାରେ ଓ୍ଵାଟର୍‌ ସ୍ପୋଟ୍‌ର୍ସର ସୁବିଧା ମଧ୍ୟ ଉପଲବ୍ଧ।‘ମାର୍ଥା’ର ଯେ କୌଣସି ସମୁଦ୍ର ତଟରେ ସନ୍ତରଣ କରିବାର ଆନନ୍ଦ ଉଠାଇବା ପୂର୍ବରୁ ସେଠାରେ ଥିବା ସୁରକ୍ଷା କର୍ମଚାରୀ ମାନଙ୍କଠାରୁ ସେ ବିଷୟରେ ଭଲଭାବେ ଜ୍ଞାନ ଆହରଣ କରନ୍ତୁ।
ଏଠାକୁ ବିଭିନ୍ନ ଦେଶର ସିନେ କଳାକାର ,ରାଜନୈତିକ ନେତା, ଖ୍ୟାତନାମା ଲେଖକ ମଧ୍ୟ ଅନେକ ସମୟରେ ଆସିଥାଆନ୍ତି।ଏହି ଅଞ୍ଚଳର ବିକାଶଲାଗି ସେଠାକାର ପ୍ରସିଦ୍ଧ ଲୋକମାନେ ଅର୍ଥ ସଂଗ୍ରହ କରିଥା’ନ୍ତି।

ସମ୍ବନ୍ଧିତ ଖବର